Sushant Singh Rajput Case: ଭିକ୍ଟିମ୍ କାର୍ଡ ଖେଳିଲେ ରିୟା… ମିଡିଆ ଟ୍ରାଏଲକୁ ସୁପ୍ରିମକୋର୍ଟରେ ବିରୋଧ

1 min read

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମିଡିଆ ଟ୍ରାୟଲକୁ ନେଇ ଅଭିଯୋଗ କରିଛନ୍ତି । ରିୟା ଚକ୍ରବର୍ତ୍ତୀ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ନେଇ ଗଣମାଧ୍ୟମ ମତେ ଦୋଷୀ କରିସାରିଛି ।

ରିୟା ନିଜ ନିବେଦନରେ କହିଛନ୍ତି ଯେ, ଗଣମାଧ୍ୟମ ଏହି ଖବରକୁ ଲଗାତାର ଭାବେ ପ୍ରସାରଣ କରିବା ଦ୍ୱାରା ସେ ମାନସିକ ରୂପରେ ଆହତ ହୋଇଛନ୍ତି ଏବଂ ତାଙ୍କ ଗୋପନୀୟତାକୁ ଉଲ୍ଲଂଘନ କରାଯାଇଛି ।

‘ ଆରୋପ ଲଗାଇବା ପୂର୍ବରୁ ହିଁ ଦୋଷୀ ସାବ୍ୟସ୍ତ ହୋଇଗଲି ’

ଅଭିନେତ୍ରୀ ରିୟା କହିଛନ୍ତି ଯେ, ଏହି ପ୍ରସଙ୍ଗ ଗଣମାଧ୍ୟମରେ ଅତ୍ୟଧିକ ମାତ୍ରାରେ ଦେଖାଯାଇଛି । ଏହି ମାମଲାରେ ଗଣମାଧ୍ୟମ ସାକ୍ଷୀଙ୍କୁ ଜେରା କରିବା ସହ ତାଙ୍କ ସହ ଯୁକ୍ତି କରିଛି । ଆବେଦନରେ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କୌଣସି ଅଭିଯୋଗ ଆସିବା ପୂର୍ବରୁ ଗଣମାଧ୍ୟମ ରିୟା ଚକ୍ରବର୍ତ୍ତୀଙ୍କୁ ଦାଷୀ ବୋଲି କହିଛି ।

ରିୟା ନିଜ ନିବେଦନରେ ସିବିଆଇ ଯାଞ୍ଚକୁ ବି ବିରୋଧ କରିଛନ୍ତି । ବିହାର ଏହି ମାମଲାକୁ ମୁମ୍ବାଇ ଟ୍ରାନ୍ସଫର ନକରି ପାଟନା ଟ୍ରାନ୍ସଫର କରିବା ଭୁଲ ।  ସିବିଆଇକୁ କେସ୍ ଟ୍ରାନ୍ସଫର କରିବାର ନିୟମ ରହିଛି ବୋଲି ସେ ଯୁକ୍ତି କରିଛନ୍ତି ।

ଅନ୍ୟ ଦୁଇ କଳାକାର ଆତ୍ମହତ୍ୟା ବିଷୟରେ କୌଣସି ଯାଞ୍ଚ ନାହିଁ –

ରିୟା ଚକ୍ରବର୍ତ୍ତୀ ତାଙ୍କ ଆଫିଡେଭିଟ୍‌ରେ କହିଛନ୍ତି ଯେ ଗତ ୩୦ ଦିନ ମଧ୍ୟରେ ଦୁଇ ଅଭିନେତା ଆଶୁତୋଷ ଭାକରେ ଏବଂ ସମୀର ଶର୍ମା ମଧ୍ୟ ଆତ୍ମହତ୍ୟା କରିଛନ୍ତି କିନ୍ତୁ ଗଣମାଧ୍ୟମ ତାଙ୍କୁ ନେଇ କୌଣସି ଖବର ଦେଖାଇ ନାହିଁ ।  ଆଗାମୀ ଦିନରେ ନିର୍ବାଚନ ଥିବାରୁ ସୁଶାନ୍ତ ସିଂଙ୍କ ଦୁଃଖଦ ଘଟଣାରେ ତଦନ୍ତ ଚାଲିଛି ବୋଲି ରିୟା ତାଙ୍କ ଆଫିଡେଭିଟ୍‌ରେ କହିଛନ୍ତି ।

ଏହି ମାମଲାରେ ଚାଲିଥିବା ଗଣମାଧ୍ୟମ ଶୁଣାଣି ବନ୍ଦ କରିବାକୁ ଦାବି ସମ୍ପର୍କରେ ରିୟା କହିଛନ୍ତି ଯେ, 2G ସ୍କାମ ଏବଂ ଆରୁଷି ମାମଲାରେ ମିଡିଆ ଟ୍ରାଏଲରେ ଦୋଷୀ ସାବ୍ୟସ୍ତ କରାଯାଇଛି କିନ୍ତୁ କୋର୍ଟରେ ସେମାନଙ୍କୁ ମୁକ୍ତ କରାଯାଇଛି । ସୁପ୍ରିମକୋର୍ଟ ମଧ୍ୟ ଏହି ବିଷୟ ଉପରେ ବିଚାର କରିବା ଉଚିତ୍ ।

ଦିନର ଆଲୋକ ଦେଖିପାରିବନି CBI ଏବଂ ED ଯାଞ୍ଚ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ ବିହାର ପୋଲିସର ଏହି ଘଟଣାର ତଦନ୍ତ କରିବାର ଅଧିକାର ନାହିଁ । ରିୟାଙ୍କ ଓକିଲ କହିଛନ୍ତି ଯେ, ହଜାର ହଜାର କୋଟିର ଯାଞ୍ଚ କରୁଥିବା ଇଡି ଏବଂ ସିବିଆଇ ତଦନ୍ତ କଦାପି ଦିନର ଆଲୋକ ଦେଖିପାରିବେ ନାହିଁ । ତେବେ ରିୟା କହିଛନ୍ତି ଯେ ଯଦି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତା’ହେଲେ ତାଙ୍କର କୌଣସି ଆପତ୍ତି ରହିବ ନାହିଁ।

Leave a Reply