IPL 2021 auction: ୟୁବରାଜଙ୍କ ରେକର୍ଡ଼ ଭାଙ୍ଗିଲେ କ୍ରିଶ୍ ମୋରିଶ୍

1 min read

ଚେନ୍ନାଇ: ଆଜି IPLର ୧୪ତମ ସଂସ୍କରଣ ପାଇଁ ଖେଳାଳି ହେଉଛନ୍ତି ନିଲାମ।  ଚେନ୍ନାଇରେ ଏକ ହୋଟେଲରେ ଆରମ୍ଭ ହୋଇଛି ମିନି ଅକ୍ସନ।  ଅକ୍ସନ ଆରମ୍ଭ ହେଉ ହେଉ ଚଢା ଦରରେ ବିକ୍ରି ହୋଇଥିଲେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ୱେଲ। ତାଙ୍କୁ ଆରସିବି ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ସେହିଭଳି ସବୁଠୁ ଚଢ଼ା ଦରରେ ବିକ୍ରି ହୋଇଛନ୍ତି ସାଉଥ ଆଫ୍ରିକାର ଅଲରାଉଣ୍ଡ କ୍ରିଶ୍ ମୋରିଶ୍ । ମୋରିଶ୍ ଙ୍କୁ ରାଜସ୍ତାନ ରୟାଲ୍ସ ୧୬କୋଟି ୨୫ ଲକ୍ଷରେ କିଣିଛି। ଯାହାପରେ ମୋରିଶ୍ ଆପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳୀ ହୋଇସାରିଛନ୍ତି।

ଅକ୍ସନ ଆରମ୍ଭରେ ପ୍ରଥମେ ୨ କୋଟି ବେସ୍ ପ୍ରାଇସ ଖେଳାଳିଙ୍କ ନିଲାମୀ ଆରମ୍ଭ ହୋଇଛି। ପ୍ରଥମେ ଷ୍ଟିଭ୍ ସ୍ମିଥଙ୍କୁ ୨ କୋଟି. ୨୫ ଲକ୍ଷ ଟଙ୍କାରେ ଦିଲ୍ଲୀ କିଣିଥିବା ବେଳେ ସାକିବୁଲ ହସେନକୁ କୋଲକାତା ୩.୨୦ କୋଟିରେ କିଣିଛି।  ସେହିପରି ଶିଭମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷରେ କିଣିଥିବାବେଳେ ମୋଇନ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୭ କୋଟି ଟଙ୍କାରେ କିଣିଛି। ଅନ୍ୟପଟେ  ଡେଭିଡ୍ ମଲନଙ୍କୁ ପଞ୍ଜାବ କିଙ୍ଗ୍ସ  ୧ କୋଟି ୫୦ ଲକ୍ଷରେ କିଣିଛି।

ଏହି ନିଲାମିରେ ୨୯୨ ଜଣ ଖେଳାଳି ଭାଗ ନେଇଛନ୍ତି। ଅକ୍ସନ ପାଇଁ ୧୧ ଶହ ଖେଳାଳି ନାଁ ରେଜିଷ୍ଟ୍ରେଶନ କରିଥିଲେ ବି ୨୯୨ ଜଣଙ୍କୁ ସାମିଲ କରାଯାଇଛି । ନିଲାମ ତାଲିକାରେ ୧୬୪ ଭାରତୀୟ ଖେଳାଳି ରହିଛନ୍ତି। ୮ଟି ଯାକ ଟିମ୍‌ ପାଇଁ ଫ୍ରାଞ୍ଚାଇଜ୍ ମାଲିକ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ। ସେପଟେ ଇଣ୍ଡିଆନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍ ଏସ୍‌ ଧୋନି ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଭର୍ଚୁଆଲି ‌ଏହି ଅକ୍ସନରେ ସାମିଲ ହୋଇଛନ୍ତି।

Leave a Reply