କେଉଁଠି ଅଛନ୍ତି ଧୋନି?

ନୂଆଦିଲ୍ଲୀ:  ଦେଶରେ ଜାରି ରହିଛି କୃଷି ଆନ୍ଦୋଳନ । ଏହାକୁ ନେଇ ନିକଟରେ କେତେକ କ୍ରିକେଟର ଟ୍ୱିଟ୍କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ମଧ୍ୟରେ ମନେ ପଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନି । ଯିଏ ପ୍ରାୟ ଏକ ବର୍ଷ ହେବ ଜୈବିକ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରାୟ ୪୩ ଏକର ଜମିରେ ଷ୍ଟ୍ରବେରି, ଅମୃତଭଣ୍ଡା,ଟମାଟୋ,ପିଆଜ,ଆଳୁ ଓ ସପୁରୀ ବ୍ୟତୀତ ଅନ୍ୟ କେତେକ ଫଳ ଏବଂ ପନିପରିବା ଚାଷ କରୁଛନ୍ତି ଧୋନି ।

କୃଷିକାର୍ଯ୍ୟକୁ ଗୁରୁତ୍ୱ ଦେଇଥିବା ଧୋନି କୁହନ୍ତି ସେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେବାକୁ ଚାହାଁନ୍ତି । ଏହା ସହିତ ତାଙ୍କ କୃଷି ପ୍ରଣାଳୀରେ ଅନ୍ୟମାନେ କିଭଳି ପ୍ରଭାବିତ ହେବେ ତାହା ତାଙ୍କର ମୂଳ ଲକ୍ଷ୍ୟ । କାରଣ ତାଙ୍କ ନମୁନା ଅନ୍ୟମାନଙ୍କୁ କୃଷିକାର୍ଯ୍ୟରେ ଭଲ ଉତ୍ପାଦନ କରିବାରେ ସହାୟକ ହେବ । ସେଥିପାଇଁ କେବେକେବେ ନିଜେ ଜମିରେ ଟ୍ରାକ୍ଟର ଚଲାଇବା ସହିତ ଚାରା ରୋପଣ ମଧ୍ୟ କରନ୍ତି ଧୋନି ।

କେବଳ ପରିବା ଚାଷ ନୁହେଁ ବରଂ ମାଛ ଚାଷ ଠାରୁ ଆରମ୍ଭ କରି ପୋଲଟ୍ରି ଫାର୍ମ ମଧ୍ୟ ସାମିଲ ରହିଛି । ଯାହା ଇଣ୍ଟିଗ୍ରେଟେଡ୍ଫାର୍ମିଂ ନାମରେ ଜଣାଶୁଣା । ଧୋନିଙ୍କ ଫାର୍ମରେ ପ୍ରତିଦିନ ୭୦ରୁ ୮୦ ଜଣ ଶ୍ରମିକ କାମ କରୁଛନ୍ତି । ଫାର୍ମ ହାଉସରୁ ଉତ୍ପାଦନ ହେଉଥିବା ପରିବାକୁ ପ୍ରତିଦିନ ରାଞ୍ଚି ବଜାରରେ ବିକ୍ରି କରାଯାଏ । ଏହି ପରିବା ମଧ୍ୟରେ ଷ୍ଟ୍ରବେରୀର ରହିଛି ଖାସ୍‌ ଚାହିଦା ।

ଫଳ ଏବଂ ପନିବରିବା ବ୍ୟତୀତ ପ୍ରତିଦିନ ୩୫୦ରୁ ୪୦୦ ଲିଟର କ୍ଷୀର ଉତ୍ପାଦନ ହୋଇଥାଏ । ସବୁଠାରୁ ଖାସ କଥା ହେଉଛି ଏଠାରେ ହୋମ ଡେଲିଭରିର ସୁବିଧା ରହିଛି । ତେବେ ଝାଡ଼ଖଣ୍ଡ ସରକାର ଚାହାଁନ୍ତି ଧୋନି ଅର୍ଗାନିକ ଫାର୍ମିଂର ବ୍ରାଣ୍ଡ୍‌ ଆମ୍ବାସାଡାର ହୁଅନ୍ତୁ ।

Leave a Reply