ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ପାର, ୨୪ ଘଣ୍ଟାରେ ୮୫୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୫୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯ଲକ୍ଷ ୮ହଜାର ୨୫୫କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ୫ଲକ୍ଷ ୮୬ ହଜାର ୨୪୪ ଆକ୍ଟିଭ୍ କେସ ରହିଥିବା ବେଳେ ୧୨ଲକ୍ଷରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ୩୯ ହଜାର ପାର ହୋଇଛି ।

ଦେଶରେ ରିକଭରୀ ରେଟ ବର୍ତ୍ତମାନ ୬୭.୧୯ ପ୍ରତିଶତ ରହିଛି । ଅନ୍ୟପଟେ ପଜିଟିଭିଟି ରେଟ୍ ୮.୪୭ ପ୍ରତିଶତ ରହିଛି । ଅର୍ଥାତ ଦେଶରେ ଗୋଟିଏ ଦିନରେ ଯେତିକି ସାମ୍ପୁଲ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ୮.୪୭ ପ୍ରତିଶତ ପଜିଟିଭ ଆସିଛି । ଯଦି ଟେଷ୍ଟିଂ କଥା କହିବା ଅଗଷ୍ଟ ୪ ତାରିଖରେ ଦେଶରେ ମୋଟ ୬,୧୯,୬୫୨ ସାମ୍ପୁଲ ଟେଷ୍ଟ କରାଯାଇଛି । ଅନ୍ୟପଟେ ଏଯାବତ ଦେଶରେ ୨,୧୪,୮୪,୪୦୨ ସାମ୍ପୁଲ ଟେଷ୍ଟି ହୋଇଛି ।

ଜଣାଇ ରଖୁଛୁ ଯେ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ ଯେ, ଭାରତରେ ୨ କୋଟି ଟେଷ୍ଟି ହୋଇଛି । ପୂର୍ବ ସପ୍ତାହର ପଜିଟିଭିଟି ରେଟ୍ ୧୧ ପ୍ରତିଶତ ରହିଥିଲା । ଏମିତିରେ ମୋଟ ସଂଖ୍ୟା ଆଧାରରେ ଭାରତର ପଡିଟିଭିଟି ରେଟ୍ ୮.୮୯ ପ୍ରତିଶତ ରହିଛି । ୨୮ ରାଜ୍ୟ ଏମିତି ରହିଛି ଯେଉଁଛି ପ୍ରତିଦିନ ୧୪୦ ମିଲିୟନ ଟେଷ୍ଟ ହେଉଛି । ଦେଶରେ ଏବେ ୫ ଲକ୍ଷ ୮୬ ହଜାର ଆକ୍ଟିଭ କେସ ରହିଛି । ଲକଡାଉନ ପରେ ମୃତ୍ୟୁ ସଂଖ୍ୟା ଏବେ କମି ୨.୧୦ ପ୍ରତିଶତ ରହିଛି । କୋଭିଡରେ ୬୮ ପ୍ରତିଶତ ପୁରୁଷ ଏବଂ ୩୨ ପ୍ରତିଶତ ମହିଲା ସାମିଲ ରହିଛନ୍ତି ।

 

Leave a Reply