ରାମ ମନ୍ଦିର ଭୂମି ପୂଜା : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ କଲୋ ଶ୍ରୀରାମଙ୍କ ଆରାଧନା

ପୁରୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନକୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ  କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଶ୍ରୀସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ତିଆରି କରିଥିବା ବାଲୁକାକଳାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀକୁ ସ୍ଥାନ ଦିଆଯାଇଛି  । ଏହାସହ ଭବ୍ୟ ମନ୍ଦିରର ପ୍ରତିକୃତି ମଧ୍ୟ ବାଲୁକା ସାହାର୍ଯ୍ୟରେ ସେ ନିର୍ମାଣ କରିଛନ୍ତି। ୫ ଫୁଟ ଉଚ୍ଚତା ରହିଛି ଏହି ବାଲୁକାକଳାଟି ଅତି ସୁନ୍ଦର ଦିଶୁଥିବା ବେଳେ ଖୁବ ମନମୁଗ୍ଧକର ହୋଇଛି ।

ଜଣାଇ ରଖୁଛୁ ଯେ, ଭବ୍ୟ  ରାମ ମନ୍ଦିର ନିର୍ମାଣ ପାଇଁ ଆଜି ହେବ ଭୂମି ପୂଜନ ।  ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । ଆଜି ଦେଶ ତଥା ବିଦେଶରେ ଉତ୍ସବର ମାହୋଲ ରହିଛି । ଦେଶ ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟ ଉଜ୍ଜ୍ୱଳ ହୋଇଥିଲା, ଏହା ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୨ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ।

ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଉଛି। ଅଯୋଧ୍ୟା ଧାମରେ ​​୩୫,୧୦୦୦ ଦୀପ ଜଳା ଯାଇଛି। ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ରାମନଗରୀରେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ବିନା କାର୍ଡରେ ମଧ୍ୟ ସହରକୁ ଯିବାକୁ ଅନୁମତି ମିଳୁନାହିଁ । ସୋମବାର ଠାରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave a Reply