ଘରୋଇ କଳହରେ ବଳି ପଡ଼ିଲା ସ୍ତ୍ରୀ, କଟୁରୀରେ ହାଣିଲା ସ୍ୱାମୀ

ପାରାଦ୍ୱୀପ: ପାରିବାରିକ କଳହର କରୁଣ ପରିଣନ୍ତି । କଟୁରୀରେ ହାଣି ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ପିନ୍ଧାଇଥିଲା ସେହି ହାତରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ହସିଣା ଗାଁରେ । ଗତକାଲି ବିଳମ୍ବିତ ରାତ୍ରୀରେ ହସିଣା ଗ୍ରାମର ଶ୍ରୀଧର ତରାଇଙ୍କ ସାନପୁଅ ମେଘନାଦ ଓ ସ୍ତ୍ରୀ ପାର୍ବତୀ ଙ୍କ ମଧ୍ୟରେ ଘରୋଇ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମେଘନାଦ ଏକ କଟୁରୀ ସାହାଯ୍ୟରେ ପାର୍ବତୀ ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପାର୍ବତୀଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମେଘନାଦକୁ ଗିରଫ କରିଥିଲା । ଘଟଣା ସ୍ଥଳରେ ଜଗତସିଂହପୁର ସାଇଣ୍ଟିଫିକ୍ ଟିମ୍ ଦ୍ବାରା ତଦନ୍ତ ଜାରି ରଖିଛି ପୋଲିସ । ତେବେ ମେଘନାଦ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ୧୦ ବର୍ଷ ହେବ ଅଲଗା ରହୁଛନ୍ତି ତାଙ୍କ ବାପା ମାଆ । ସବୁବେଳେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗିଥାଏ ବୋଲି ବାପା ମାଆ କହିଛନ୍ତି । ଝଗଡ଼ା ଲାଗିବାରୁ ସେମାନେ ଅଲଗା ହୋଇଥିବା କହିଛନ୍ତି । ମେଘନାଦଙ୍କର ଗୋଟିଏ ଝିଅ  ଓ ଗୋଟିଏ ପୁଅ ରହିଛନ୍ତି ।

Leave a Reply