ଗୋଚର ଜମି ଉପରେ OTVର ବେଆଇନ ରାସ୍ତା, ତହସିଲଦାର ପୋତିଲେ ନାଲି ପତାକା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଓଟିଭିର ବେଆଇନ ଜମି ଜବର ଦଖଲ ଘଟଣାରେ ଆକ୍ସନ୍‌ ମୋଡ୍‌ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ସାରୁଅ ଗାଁରେ ଆଜି ପୁଣି ଥରେ ସ୍ଥିତି ଅନୁଧ୍ୟାନ କରୁଛି ପ୍ରଶାସନ । ପୂର୍ବରୁ ଦୁଇ ଦୁଇ ଥର ଅନୁଧ୍ୟାନ ସରିଥିବା ବେଳେ ଆଜି ଖୋର୍ଦ୍ଧା ଏଡିଏମ, ଉପ ଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି । ବେଆଇନ ଭାବେ କେତେ ଜମି ଅକ୍ତିଆର କରିଛି ଓଟିଭି, ସେନେଇ ଖୋଲତାଡ କରୁଛି ଜିଲ୍ଲା ପ୍ରଶାସନ । ଜମି ଅକ୍ତିଆର କରି ବେଆଇନ ଭାବେ କିଭଳି ହୋଇଛି ପାଚେରୀ ସେନେଇ ବି ତଦନ୍ତ କରାଯାଉଛି । ସାରୁଅରେ ଜମି ମାପଚୁପ ଆରମ୍ଭ କରିଛି ପ୍ରଶାସନ । ବେଗୁନିଆ ତହସିଲଦାର ରାସ୍ତାରେ ନାଲି ପତାକା ପୋତିଛନ୍ତି ।

ସାରୁଅ ଅଞ୍ଚଳରେ ଥିବା ଗୋଚର ଜମିରେ ବେଆଇନ ଭାବରେ ରାସ୍ତା ନିର୍ମାରଣ ହୋଇଥିଲା  । ଯେଉଁଥି ପାଇଁ ତହସିଲଦାର ନାଲି ପତାକା ପୋତି ସେହି ରାସ୍ତାକୁ ବନ୍ଦ କରିଛନ୍ତି । ତେବେ ସେହି ରାସ୍ତା କେତେ ବର୍ଷ ହେଲା ହୋଇଛି ? ଏହି ରାସ୍ତାକୁ କାହିଁ ତିଆରି କରାଯାଇଛି ? ଯଦି ବା ତିଆରି କରାଯାଇଛି ତେବେ ଏହାର ଉଦେଶ୍ୟ କଣ ବୋଲି ପ୍ରଶ୍ନ ଉଠିଛି । ଏହି ବେଆଇନ ରାସ୍ତା ତିଆରି ହେବା ଫଳରେ ଲୋକେ ତାଙ୍କ ଗହିରକୁ ଯାଇପାରୁନାହାନ୍ତି । ଏହି ରାସ୍ତାରେ କେବଳ ଓଟିଭି ଏବଂ ତରଙ୍ଗର ଲୋକେ ଯାଇପାରିବେ ବୋଲି ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ତିଆରି କରିଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବିଶେଷକରି ଗୋଚର ଜମି ଉପରେ ରାସ୍ତା ତିଆରି କରିବା ବେଆଇନ ହୋଇଥିଲେ ମଧ୍ୟ ଓଟିଭି ସେଠାରେ ରାସ୍ତା ତିଆରି କକରିଛି । ତେବେ ଏହା ଗୋଚର ଜମି ଜଣାପଡ଼ିଲା ପରେ ସେଠାରେ ତହସିଲ ଦାର ନାଲିପତାକା ପୋତିଛନ୍ତି । ନାଲି ପତାକା ପୋତିଲା ପରେ ସେହି ରାସ୍ତା ଦେଇ ଏବେ ଆଉ କୌଣସି ଗାଡ଼ି ଯାଇପାରି ନାହିଁ । ଓଟିଭି କିମ୍ବା ତରଙ୍ଗର କୌଣସି ଗାଡ଼ି ସେପଟ ଦେଇ ଯାଇପାରିବ ନାହିଁ ବୋଲି ତହସିଦାର କହିଛନ୍ତି ।

Leave a Reply