ପେଟ୍ରୋଲ ଓ ଡିଜେଲ ଦରରୁ ମିଳିବ ମୁକ୍ତି । ଥରେ ଚାର୍ଜ କଲେ କାର ଚାଲିବ ୯୦୦ କିଲୋମିଟର ।

1 min read

ଥରେ ଚାର୍ଜ ହେଲେ ୯୦୦ କିଲୋମିଟର ଗଡିବ କାର । କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା , ଏହି ଖବର ଅବିଶ୍ୱାସ ବି ଲାଗୁଥିବ ।  ହଁ ଅବିଶ୍ୱାସ ଲାଗିବାବି ସ୍ୱଭାବିକ  । କିନ୍ତୁ ଏହା ସତ । ଅଟୋମୋବାଇଲ ବଜାରରେ ଧମାଲ ମଚାଇବାକୁ ଯାଉଛି “ହେଲିଆ” । ଅନ୍ୟ କାରକୁ ପଛରେ ପକାଇ “ହେଲିଆ” କରିବ କମାଲ ।ଆପଣ ଅନେକ ଇଲେକଟ୍ରିକ କାର ବିଷୟରେ ଶୁଣିଥିବେ । କିନ୍ତୁ ଏସବୁ ଠାରୁ ଅଲଗା ଓ ନିଆରା ଫିଚର ନେଇ ବଜାରକୁ ଆସିବ “ହେଲିଆ” ।

ଅନ୍ୟ ଇଲେକଟ୍ରିକ କାର ଠାରୁ “ହେଲିଆ”ର ମାନ ସବୁଠାରୁ ଅଧିକ । ସର୍ବାଧିକ ଘଣ୍ଟା ପ୍ରତି ୧୨୦ କିଲୋମିଟର ଗଡିବ ଏହି କାର । ହେଲିଆର କମ୍ଫର୍ଟ ସିଟରେ ୪ ଜଣ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ ।

hhhe
ବଡ ବଡ ଅଟୋମୋବାଇଲ ଇଞ୍ଜିନିୟର ହେଲିଆକୁ ତିଆରି କରି ନାହାନ୍ତି ବରଂ କେମ୍ବ୍ରିଜ ୟୁନିଭର୍ସିଟିର ୨୦ ଜଣ ଗ୍ରାଜୁଏଟ ଛାତ୍ର ଏହାକୁ ତିଆରି କରିଛନ୍ତି । ଅନ୍ୟ ଇଲେକଟ୍ରୋନିକ କାର ତୁଳନାରେ ଏହା ସଂପୂର୍ଣ୍ଣ ଅଲଗା । କାରଣ ଅଳ୍ପ ବିଦ୍ୟୁତ ଶକ୍ତି ଖର୍ଚ୍ଚରେ ଗଡିପାରିବ ଏହି କାର । ଏହି କାରର ବ୍ୟାଟେରୀକୁ ଷ୍ଟାଣ୍ଡାର୍ଡ ଇଲେକଟ୍ରିକ ଓ୍ୱିହ୍କଲ ଚାର୍ଜରେ ଚାର୍ଜ କରିହେବ ।

କେମ୍ବ୍ରିଜ ୟୁନିଭର୍ସିଟିର ଇକୋ ରେସିଂ ଟିମ ହେଲିଆକୁ ତିଆରି କରିଛନ୍ତି । ଏହି ଟିମରେ କେମ୍ବ୍ରିଜ ୟୁନିଭର୍ସିଟିର ୨୦ ଜଣ ଗ୍ରାଜୁଏଟ ଛାତ୍ର ଓ ନିର୍ଦ୍ଦେଶକ ସିଆଓଫେଙ୍ଗ ଝାଙ୍ଗ ସାମିଲ ଅଛନ୍ତି । ବ୍ରିଟିଶ କାର ନିର୍ମାତା ଓ ଇଞ୍ଜିନିୟରିଂ ଫାର୍ମର ସହଭାଗିତାରେ ହେଲିଆକୁ ତିଆରି କରାଯାଇଛି । ଏହି କାରକୁ ତିଆରି କରିବା ପାଇଁ ୨ ବର୍ଷ ଲାଗିଛି । ଖୁବ କମ ଦିନରେ ବଜାରକୁ ଆସିବ ଏହି ସୁପର କାର । ')}

Leave a Reply