ହାଥରସ୍‌ ମାମଲା: ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବେ CRPF ଯବାନ

CRPF

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବେ ସିଆରପିଏଫ୍‌ ଯବାନ । ଏକ ୮୦ ଜଣିଆ ଟିମ୍ ପରିବାରକୁ ସୁରକ୍ଷା ଦେବେ ବୋଲି ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ତତ୍ପରତା ପ୍ରକାଶ ପାଇଛି ।

CRPF

ପୀଡ଼ିତାଙ୍କ ପରିବାରକୁ ସିଆରପିଏଫ୍‌ ଅଧିକାରୀ ସାକ୍ଷାତ କରିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ସହ ମଧ୍ୟ ଆଲୋଚନା କରାଯାଇଛି । ସ୍ଥାନୀୟ ଏକ ସ୍କୁଲରେ ଜବାନ ମାନେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ବର୍ତ୍ତମାନ ସୁରକ୍ଷା ଦେଉଛନ୍ତି । ଗଣଦୁଷ୍କର୍ମ ମାମଲା କୋର୍ଟରେ ବିଚାରଧିନ ଥିବାବେଳେ ପରିବାରର ସୁରକ୍ଷା କଡାକଡି କରିବା ପାଇଁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

CRPF

ଗତ ସେପ୍ଟେମ୍ବର ୧୪ରେ ହାଥରସରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକଙ୍କୁ ନଜଣାଇ ରାତି ଅଧରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

CRPF

Leave a Reply