ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା: ଓଟିଭି ସିଏଫ୍‌ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ!

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ଓଟିଭି ସିଏଫଓଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା । ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜମି କେଳେଙ୍କାରୀ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ମନୋରଞ୍ଜନ । ଜେରା ପରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି  । ସ୍ୱାସ୍ଥ୍ୟ ପରୀକ୍ଷାା ପରେ ତାଙ୍କୁ ଜେଲ ନିଆଯିବା ନେଇ ସୂଚନା ।  ଅନୁସୂଚିତ ଜାତି ଲୋକଙ୍କ ଜମି ହଡ଼ପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗଲା ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍  । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା । ସାରୁଅରେ ଓଟିଭିର ଜମି କିଣାର ଜଗିଙ୍କ ମୋହରା ଥିଲେ ରବୀନ୍ଦ୍ର କୁମାର ସେଠୀ । ରବୀନ୍ଦ୍ରଙ୍କ ଜରିଆରେ ହାଲୁରୀ ପାହାଡ଼ସିଂଙ୍କଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ହାଲୁରୀ ପାହାଡ଼ସିଂ ଅନୁସୂଚିତ ଜାତି ବର୍ଗର। ସେଲ୍ ଡିଡ୍‌ରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଛି ।

ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶାଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଥିଲା । ହାଲୁରୀ ପାହାଡ଼ସିଂଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି। ସ୍ବଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ଓଟିଭି ଦର୍ଶାଇଥିଲା । ଗରିବ ଅନୁସୂଚିତ ଜାତିର ଲୋକଙ୍କ ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା । ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଅଭାବୀ ରବୀନ୍ଦ୍ରଙ୍କୁ ଧନୀ ଜମି ମାଲିକ ବୋଲି ଏଥିରେ ପରିଚିତ କରାଯାଇଛି ।

ଆଉ ତାଙ୍କୁ ମାଧ୍ୟମ କରି ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି ମାରି ନେଇଛି । ସାରୁଅ ଜମି ମାମଲାରେ ଦୁଇଟି ପିଟିସନ୍ ହୋଇଛି । ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡ଼ସିଂଙ୍କ ଘର ସାରୁଅରେ । ରବୀନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ । ରବୀନ୍ଦ୍ରଙ୍କୁ ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିବା ଅଭିଯୋଗ ଆଣିଛନ୍ତି ହାଲୁରୀ ପାହାଡସିଂ । ହାଲୁରୀଙ୍କ ଜମି ଉପରେ ଓଟିଭି ପାଚେରି ଛିଡ଼ା କରିଛି । ପାଚେରି ଯୋଗୁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଏହି ମାମଲାରେ ଜଗି ପଣ୍ଡାଙ୍କ ଓଟିଭିର ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ୍‌  ।

ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ

Leave a Reply