ଆମ ଝିଅକୁ ଭୁଲ ଇଞ୍ଜେକ୍ସନ ଦେଇ ମାରିଦେଲେ !

ଭଦ୍ରକ: ଭୁଲ ଇଞ୍ଜେକ୍ସନରୁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ । ବାଲେଶ୍ୱର ସିମୁଳିଆ ବ୍ଲକ୍‌ ଅନ୍ତରା ଗାଁର ପ୍ରଭାତ ବେହେରାଙ୍କ ୧୨ ବର୍ଷ ଝିଅର ମୃତ୍ୟୁ ହୋଇଛି । ବାସୁଦେବପୁର ଇରମରେ ରହି ପାଠ ପଢୁଥିଲେ ପ୍ରିୟଙ୍କା ।

 

କୌଣସି କାରଣରୁ ପ୍ରିୟଙ୍କାଙ୍କ ଦେହ ଅସୁସ୍ଥତ ହେବାପରେ ଘର ଲୋକ ତାଙ୍କୁ ଇରମ ସ୍ଥିତ କ୍ଲିନିକରେ ଦେଖାଇଥିଲେ । ସେଠାରେ କ୍ଲିନିକ୍‌ର ଦାଇତ୍ୱରେ ଥିବା ଅଧିକାରୀ ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଏହାପରେ ପ୍ରିୟଙ୍କାଙ୍କ ଦେହ ଅଧିକ ବିଗିଡ଼ିବାରୁ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ବିନା ଅନୁମତିରେ ଇଞ୍ଜେକ୍ସନ ଦିଆଯାଇଥିବାରୁ ନାବାଳିକାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Leave a Reply