ମାନ୍ଦା ଅର୍ଥନୀତି ସହ ଯୁଝୁଛି ଭାରତ, ରାଜନ କହିଲେ…

1 min read

ନୂଆଦିଲ୍ଲୀ: କାହିଁକି ଦେଶରେ ମାନ୍ଦାବସ୍ଥା ? ବଢ଼ୁନି ବିକାଶ ଦର । ଅଭିବୃଦ୍ଧି ହାର ହ୍ରାସ ପଛରେ କିଏ ? ଏମିତି ଅନେକ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଆରବିଆଇର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପାଖରେ ସବୁ କ୍ଷମତା ଅଛି, ମନ୍ତ୍ରୀ କେବଳ କଣ୍ଢେଇ । ଫଳରେ ଦେଶର ଅର୍ଥନୀତି ତଳକୁ ତଳ ଖସୁଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର

ମାନ୍ଦାବସ୍ଥାରୁ ଦେଶକୁ ମୁକୁଳାଇବା ପୁଞ୍ଜି ଲୋନକୁ ସରଳ, ବଜାରରେ ନିବେଶ ଏବଂ ଅଭିବୃଦ୍ଧି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଜନ କହିଛନ୍ତି । ଏଥିସହ ଘରୋଇ କ୍ଷେତ୍ରକୁ ପୋତ୍ସାହିତ କରିବା ପାଇଁ ମୁକ୍ତ ବାଣିଜ୍ୟ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ।

ରାଜନ କହିଛନ୍ତି- କେବଳ ନିଷ୍ପତ୍ତି ନୁହେଁ, ସମସ୍ତ ବିଚାର ଓ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟତର ଓ ପିଏମଓର ନିକଟତର କିଛି ଲୋକ ନେଉଛନ୍ତି । ଏହା ଦଳର ରାଜନୈତିକ ଓ ସାମାଜିକ ଏଜେଣ୍ଡା ପାଇଁ ଠିକ୍ ଅଛି । କିନ୍ତୁ, ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହା କାମ କରିବ ନାହିଁ । କାରଣ ସେମାନଙ୍କୁ ଜଣା ନାହିଁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଅର୍ଥବ୍ୟବସ୍ଥା କେମିତି ପରିଚାଳିତ ହୁଏ ।
ଏଥିସହ ରାଜନ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର କଥା ଉଲ୍ଲେଖ କରିଛନ୍ତି । କହିଛନ୍ତି, ପୂର୍ବ ସରକାରର ମେଣ୍ଟ ହୁଏତ ଦୁର୍ବଳ ଥିଲା । କିନ୍ତୁ, ସେତେବେଳେ ଅର୍ଥବ୍ୟବସ୍ଥାକୁ ବାଟ ଆଣିବାକୁ ପ୍ରୟାସ କରାଯାଉଥିଲା । ଏବେ ମନ୍ତ୍ରୀମାନଙ୍କୁ ଶକ୍ତିହୀନ କରି ଦିଆଯାଇଛି । ସରକାର ଦୂର ଦୃଷ୍ଟି ନାହିଁ । ପିଏମଓ ଚାହିଁଲେ ଅର୍ଥନୀତି ସୁଧାରିବା ପ୍ରକ୍ରିୟା ଆଗକୁ ବଢ଼ି ପାରିବ ।

https://nandighoshatv.comquarter-2-gdp-showing-a-growth-rate-of-4-5/

Leave a Reply