ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ । ୨୦୨୦ରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସମେତ ଖଗେନ୍ଦ୍ର ସାହୁ, ସୁଜିତ ଦଳେଇଙ୍କ ବିରୁଦ୍ଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ରଦ୍ଦ କରିବା ପାଇଁ ଅନୁଭବ ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲାରେ ତଦନ୍ତକାରୀ ପୋଲିସ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ଥିବା ନେଇ ଚାର୍ଜସିଟ ଦାଖଲ କରିଛନ୍ତି । ତେଣୁ ମାମଲା ଚାଲୁ ରଖିବା ସହିତ ମୁଦାଲାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ପାଇଁ ଆବେଦନ କରିଥଲେ । କୋର୍ଟ ଆଜି ଅନୁଭବଙ୍କ ଆବେଦନକୁ ଖାରଜ କରିବା ସହିତ ସରକାରୀ ପକ୍ଷର ନିବେଦନକୁ ଗ୍ରହଣ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୦ତାରିଖକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।