ଟି-୨୦ ବିଶ୍ବକପରେ ଭାରତର ପ୍ଲେଇଙ୍ଗ ୧୧ରେ କାହାକୁ ମିଳିବ ସ୍ଥାନ?

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ୍ । ସମସ୍ତ ଦଳ ୧୫ ଜଣିଆ ସାମ୍ଭବ୍ୟ ଦଳ ଘୋଷଣା କରିଛନ୍ତି । ତେବେ ଭାରତ ନିଜର ୧୫ ଜଣିଆ ଦଳ ଘୋଷଣା କରିଥିବାବେଳେ ଦୁଇ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ଓ୍ବିକେଟକିପର ଭାବେ ପ୍ଲେଇଙ୍ଗ ୧୧ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

ତେବେ ବିସିସିଆଇର ଏକ ସୂତ୍ରରୁ ମିଳିଥିବା ଖବର ମୁତାବକ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ହେଉଛନ୍ତି ଋଷଭ ପନ୍ଥ । ଜଣେ ଭଲ ଓ୍ବିକେଟ କିପର ବ୍ୟାଟ୍ସମ୍ୟନ ସାଙ୍ଗକୁ ବାମହାତୀ । ଦଳରେ ବାମହାତୀ ଖେଳାଳୀଭାବେ ତାଙ୍କୁ କମ୍ବିନେସନ ପାଇଁ ସ୍ଥାନ ମିଳିପାରେ । ସେପଟେ ସଞ୍ଜୁ ସାମସନ ପ୍ରଥମଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରାରେ ସ୍ଥାନ ପାଇଛନ୍ତି । ଋଷଭ ପନ୍ଥଙ୍କ ଏହା ତୃତୀୟ ଟି-୨୦ ବିଶ୍ବକପ ହେବ । ଏଣୁ ଅଭିଜ୍ଞତା ଦୃଷ୍ଟିରୁ ପନ୍ଥଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ରହିଛି । ମଙ୍ଗଳବାର ଋଷଭ ପନ୍ଥଙ୍କ ଅଧିନାୟକରେ ଦିଲ୍ଲୀ ଏବଂ ସାମସନଙ୍କ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଯଦିଓ ରାଜସ୍ଥାନ ଏହି ମ୍ୟାଚଟି ପରାଜୟ ବରଣ କରିଥିଲା ତଥାପି ସାମସନ ପନ୍ଥଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ ।

ସେପଟେ ଅଷ୍ଟ୍ରେଲିଆର ପୂର୍ବତନ ଦିଗଜ କ୍ରିକେଟର ମାଥ୍ୟୁ ହେଡେନ କହିଛନ୍ତି କି, ସାମସନ ଜଣେ ଭଲ ବ୍ୟାଟ୍ସମ୍ୟାନ । ସେ ସ୍ପିନର ଏବଂ ପେସରଙ୍କ ବିପକ୍ଷରେ ସମାନ ଷ୍ଟ୍ରାଇକ ରେଟରେ ଖେଳନ୍ତି । ଚଳିତ ସିଜିନରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ ଦମଦାର ରହିଛି । ସାମସନ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳୁଥିବାବେଳେ ଓ୍ବେଷ୍ଟଇଣ୍ଡିଜର ମନ୍ଥର ପିଚରେ ସାମସନ ଟିମ ପାଇଁ ମୁଖ୍ୟ ବିକଳ୍ପ ହେବେ ବୋଲି କୁହାଯାଉଛି ।