କମିଛି ଖରା, କମୁନି ଗୁଳୁଗୁଳି

1 min read

ଧର୍ମଗଡ଼: ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ । ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକ l ଆକାଶରୁ ଅଗ୍ନିବର୍ଷା । ଏବେ ମେ ମାସର ପ୍ରଥମ ସପ୍ତାହ । ପାରଦ ୪୦ ଡିଗ୍ରୀ ଉପରେ । ଅସହ୍ଯ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ କଲବଲ ହେଉଛନ୍ତି ଲୋକ। ସକାଳ ୯ଟା ପରେ ରାସ୍ତାଘାଟ ଖାଁ ଖାଁ । ଏ ଦୃଶ୍ଯ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରର । ମଝିରେ କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଥିଲା ସାମାନ୍ଯ ଆଶ୍ଵସ୍ତି । ତଥାପି ଏବେବି କମିନି ଗ୍ରୀଷ୍ମପ୍ରବାହ । ଲୋକ ବାହାରକୁ ଯିବା ସମୟରେ ସାଥିରେ ଛତା , ପାଣି ବୋତଲ ନେଇ ଯାଉଥିବା ନେଇ ଦେଖିବାକୁ ମିଳିଛି ।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଯଦି ତାପମାତ୍ରା ବୃଦ୍ଧି ହେବ ଜନଜୀବନ ଆହୁରି ଅସ୍ତବ୍ଯସ୍ତ ହୋଇପଡିବ । ସେପଟେ ଲୋକ ତାତିରୁ ତ୍ରାହି ପାଇବା ପାଇଁ ଥଣ୍ଡା ପାନୀୟ ସାଙ୍ଗକୁ ଆଖୁରସ, ଲସି ଭଳି ମୃଦ୍ଯୁ ପାନୀୟ ବ୍ଯବହାର କରୁଥିବା ଦେଖିବାକୁ ମିଳୁଛି । ଏବେ ମେ ମାସରେ ତାତି ଯେଉଁ ଭଳି ଭାବରେ ବଢ଼ି ଚାଲିଛି  ମଣିଷଠୁ ଜୀବଜନ୍ତୁ  ତ୍ରାହି ତ୍ରାହି ଡାକ ଦେଲେଣି । ଆଗକୁ ଆହୁରି ଯଦି ତାତି ବଢିବ ତା ହେଲେ ଜନ ଜୀବନ ବିପର୍ଯ୍ୟସ୍ତ ହେବା ନେଇ ସମ୍ଭାବନା ରହିଛି  l