ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ, ମୋଦୀଙ୍କୁ କଂଗ୍ରେସର ସମାଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଉଭୟ ସରକାର ଏବଂ ବିରୋଧୀ ଦଳ ସରକାର ଗଢ଼ିବା ପାଇଁ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ କାହିଁକି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ନେଉ ନାହାନ୍ତି । ପୂର୍ବରୁ ଏମାନଙ୍କ ନାମ ନେଇ ବାରମ୍ବାର ସମାଲୋଚନା କରୁଥିବା ରାହୁଲ ହଠାତ କାହିଁକି ଏଭଳି ଏହି ପ୍ରସଙ୍ଗରେ ଚୁପ୍ ହୋଇ ଯାଇଛନ୍ତି । ତେବେ ମୋଦୀଙ୍କ ଏହି ପ୍ରତିକ୍ରିୟା ପରେ ଟ୍ବିଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି କି, ବନ୍ଧୁ ଏବେ ବନ୍ଧୁ ନୁହେଁ । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ନିଜ ବନ୍ଧୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ନିଜ ଆସନ ଏବେ ଟଳମଳ ହେଉଛି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ରାଜେନୖତିକ ମାହୋଲ ବେଶ ଚର୍ଚ୍ଚା ହେଉଛି ।

କହି ରଖୁଛୁ କି, ତେଲେଙ୍ଗାନାରେ ଏକ ସାଧାରଣ ସଭାରେ ମୋଦୀ ନିଜର ଅଭିଭାଷଣରେ କହିଥିଲେ କି, ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବାରମ୍ବାର ଆଦାନୀ ଏବଂ ଅମ୍ବାନୀଙ୍କ ନାମକୁ ଘୋଷୁଥିଲେ । କିନ୍ତୁ ଏବେ ଆଉ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ତେବେ ରାହୁଲ ସେମାନଙ୍କଠାରୁ କିଛି ଟଙ୍କା ଆଣିଛନ୍ତି ବୋଧେ । ଏଭଳିଭାବେ ମୋଦୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ ।