୧୫ ଦିନ ହେଲା ମାତିଛନ୍ତି ୩୦ ଟିକିଆ ହାତୀପଲ, ନଷ୍ଟ କଲେଣି ଏକର ଏକର ଫସଲ

Elephant Terror In Bonai Of Sundergarh (2)

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡରେ ହାତୀ ଉପଦ୍ରବ । ବଣାଇ ବନଖଣ୍ଡର ଶିଶୁଡ଼ିହି ଅଞ୍ଚଳରେ ଦୀର୍ଘ ୧୫ ଦିନ ଧରି ୩୦ ଟିକିଆ ହାତୀପଲ ଉତ୍ପାତ ଜାରି ରଖିଛନ୍ତି । ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହୋଇ ଏକର ଏକର ଧାନ ଫସଲ ନଷ୍ଟ କରି କରୁଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାର କରଜ କରି ଫସଲ କରିଥିବା ବେଳେ ଅମଳ ବେଳକୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀ ।

Elephant Terror In Bonai Of Sundergarh (2)

ଅନ୍ୟପଟେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଲୋକ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଫସଲ କ୍ଷତି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବିଭାଗ କୌଣସି ସାହାଯ୍ୟ କରୁନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି ହେଉଛି । ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply