ରିଲିଜ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର, ଦେଖନ୍ତୁ…

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଏ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି  ସତ କିନ୍ତୁ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି ତାଙ୍କ ଉଜ୍ୱଳ ବ୍ୟକ୍ତିତ୍ୱ  । ତାଙ୍କର ଏମିତି ଅକାଳ ବିୟୋଗରେ ବଲିଉଡ଼ଠୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସମସ୍ତେ ମର୍ମାହତ ହୋଇଛନ୍ତି । ଏବଂ ତାଙ୍କ ଅତ୍ମହତ୍ୟା ପଛର କାହାଣୀ ଜାଣିବାକୁ ଚେଷ୍ଟା ମଧ୍ୟ କରିଥିଲେ । ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ବି ସେ ସମସ୍ତଙ୍କ  ମନରେ ଏବେ ବି ଜୀବିତ ଅଛନ୍ତି ।

ଏହି ଅଭିନେତାଙ୍କ ସଂଘର୍ଷ ପୂର୍ଣ୍ଣ କାହାଣୀ ବିଷୟରେ କାହାକୁ ବା ଅଜଣା । ତାଙ୍କ ମୃତ୍ୟୁ ପରେ ସେ ପଛରେ ଛାଡ଼ି ଯାଇଥିବା ତାଙ୍କ ଶେଷ ଫିଲ୍ମର ଅପେକ୍ଷାରେ ରହିଛନ୍ତି ଅନେକ ସିନେପ୍ରେମୀ । ତାଙ୍କ ଅଭିନୀତ ଏହି ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ଆଜି ରିଲିଜ ହେବା ନେଇ ଘୋଷଣା କରାଯାଇଥିଲା । ତେଣୁ ଆଜି ଏହି ଟ୍ରେଲର ଅପେକ୍ଷାରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ମଧ୍ୟ ଦେଖା ଦେଇଥିଲା ।

Dil bechara

ସବୁ ଅପେକ୍ଷାର ଅନ୍ତ ଘଟାଇ ସୁଶାନ୍ତଙ୍କ ଶେଷ ଫିଲ୍ମ ଟ୍ରେଲର ରିଲିଜ ହୋଇସାରିଛି । ଏହି ଟ୍ରେଲର ଦେଖିବା ପରେ ସମସ୍ତେ ଏବେ ସ୍ତବ୍ଧ ।  ଟ୍ରେଲରରେ ସୁଶାନ୍ତ ଝଲକ ଦର୍ଶକଙ୍କୁ ଆତ୍କୃଷ୍ଠ କରିଛି । ଏବଂ ତାଙ୍କ ସେହି ଅଭିନୟର ଝଲକ ପ୍ରମାଣିତ କରିଛି ତାଙ୍କ ଦକ୍ଷତାକୁ । ତେବେ ଏହି ଫିଲ୍ମ ସୁଶାନ୍ତଙ୍କ ବିପକ୍ଷରେ ଅଛନ୍ତି ସଞ୍ଜନା ସାଂଘୀ । ଏହି ଫିଲ୍ମଟି କ୍ୟାନସର ପିଡ଼ିତ ଗୋଟିଏ ଝିଅର କାହାଣୀ ଉପରେ ଆଧାରୀତ । ଯେଉଁଥିରେ କ୍ୟାନସର ପିଡ଼ିତା ପ୍ରେମ କରିବସନ୍ତି ସୁଶାନ୍ତଙ୍କୁ ଓ  ତାପରେ ଆରମ୍ଭ ହୋଇଯାଏ ଲଭ୍, ରୋମାନ୍ସ ଆଉ ସଂଘର୍ଷର ଏକ ସୁନ୍ଦର କାହାଣୀ  ।

Dil bechara

ତେବେ ଏହି ଫିଲ୍ମଟି ଆମେରିକାନ ରୋମାଣ୍ଟିକ ଡ୍ରାମା ‘ଦି ଫଲ୍ଟ ଇନ୍ ଆୱାର ଷ୍ଟାର୍ସ’ର ହିନ୍ଦି ରିମେକ । ଫିଲ୍ମରେ ସୁଶାନ୍ତ ଏବଂ ସଞ୍ଜନାଙ୍କ କେମେଷ୍ଟ୍ରି ଖୁବ୍ ଆକର୍ଷଣୀୟ ହୋଇପାରିଛି । ତେବେ ଫିଲ୍ମରେ ଲଭ୍ ରୋମାନ୍ସ ସହ ଅଭିନେତାଙ୍କ ଡ୍ରାମା ଦର୍ଶକଙ୍କୁ କନ୍ଦେଇବ ନିଶ୍ଚିନ୍ତି ।

Leave a Reply