ଏହି ଟିଭି ସୋ’ର ସଦସ୍ୟ କରୋନା ସଂକ୍ରମିତ… ବନ୍ଦ ହେଲା ଶୁଟିଂ

a member of mere sai serial team tested positive for corona

ମୁମ୍ବାଇ: ଦେଶରେ କରୋନା ଭୂତାଣୁ ଯୋଗୁଁ ଅନେକ କ୍ଷେତ୍ରରେ କାମ ବନ୍ଦ ହୋଇଯାଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଟିଭି ଧାରାବାହିକ ଏବଂ ଅନେକ “ସୋ”ର କାମ କୋରାନା ପାଇଁ ବନ୍ଦ ରଖାଯାଇଥିଲା । କରୋନା ପାଇଁ ସବୁ ସିରିଏଲ ଏବଂ “ଶୋ”ର ଶୁଟିଂକୁ ବନ୍ଦ କରାଯାଇଥିବା ବେଳେ ଏହାର ପ୍ରଭାବ ଅନେକ କଳାକାରଙ୍କ ଉପରେ ପଡ଼ିଥିଲା । ହେଲେ ଦେଶରେ ଅନଲକ ପ୍ରକ୍ରିୟା ଜାରି ହେବା ପରେ କିଛି ପ୍ରୋଜେକ୍ଟର ଶୁଟିଂ ପୁଣି ଥରେ ଆରମ୍ଭ ହୋଇଛି ।

ଏହି ସମୟରେ ଆଉ ଏକ ଖରାପ ଖବର ଶୁଣିବାକୁ ମିଳିଛି । ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ “ମେରେ ସାଇ”ର ଜଣେ ଷ୍ଟାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାଖାପାଖି ୧୦୦ ଦିନ ପରେ ଏହି “ସୋ” ଶୁଟିଂ ଆରମ୍ଭ ହୋଇଥିଲା । ହେଲେ ଶୁଟିଂ ଆରମ୍ଭ ହେବା ସହ ବନ୍ଦ ମଧ୍ୟ ହୋଇଛି । “ସୋ” ସବୁ ସଦସ୍ୟଙ୍କୁ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ କରାଯାଇଛି ।

ଏହି ଧାରାବାହିକର ଜଣେ ଅଭିନେତା ତୁଷାର ଦଲଭିଙ୍କ କହିବା ଅନୁସାରେ, ଜଣେ କରୋନା ପଜିଟିଭ ସଂକ୍ରମିତ ହେବା ପରେ ତାଙ୍କ ଟିମର ଲୋକମାନେ ବହୁତ ସହଯୋଗ କରିଛନ୍ତି । ଏବେ ଏହି ସିରିଏଲର ସୁଟିଂକୁ ସ୍ଥଗିତ ରଖାଯାଇଛି। ତାଙ୍କ କହିବା ଅନୁସାରେ ଏହି ମହାମାରୀ ସମୟରେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବା ଜରୁରୀ । କାରଣ ଏହା କାହା ସହିତ କେବେ ବି ହୋଇପାରେ । ହେଲେ ସେ ଭାବିନଥିଲେ ଯେ, ଏତେ ଶୀଘ୍ର ତାଙ୍କ ଟିମରୁ କିଏ କରୋନା ସଂକ୍ରମିତ ହେବେ ।

ସୁଟିଂ ସେଟରେ ଏହି ବିଷୟରେ ଜାଣିବା ମାତ୍ରେ, ସମସ୍ତେ ସେଲ୍ଫ କ୍ୱାରେଣ୍ଟାଇନରେ ଅଛନ୍ତି । ଅଭିନେତା କହିଛନ୍ତି ଯେ, ସେ ଘରେ ଅଛନ୍ତି ଏବଂ ଭଲ ଅନୁଭବ କରୁଛନ୍ତି । ଟିମର ଅନ୍ୟ ସଦସ୍ୟମାନେ ମଧ୍ୟ ଭଲ ଅଛନ୍ତି ଏବଂ ସେମାନେ ଖୁବ ଶୀଘ୍ର ସୁଟିଂ ଆରମ୍ଭ କରିବେ । ତୁଷାର କହିଛନ୍ତି ଯେ, ସେ ଏହିସବୁ ନେଇ ଅଧିକ ଚିନ୍ତା କରୁନାହାଁନ୍ତି କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କ ପାଇଁ ଚିନ୍ତିତ ଅଛନ୍ତି । ଟିମର ଯିଏ କରୋନା ସଂକ୍ରମିତ ହୋଇଛନ୍ତି ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହା ସହ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

Leave a Reply