ଭାରତୀୟ ଟାଇକୋଣ୍ଡୋ ଟିମରେ ସ୍ଥାନ ପାଇଲେ ମହିଳା ଦାନ୍ତ ଡାକ୍ତର, କରୋନା ସମୟରେ ଅଭ୍ୟାସ ଥିଲା ଅଧି କଷ୍ଟ

କଟକ: କଥାରେ ଅଛି ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏନାହିଁ । ଯିଏ କଠୋର ପରିଶ୍ରମ କରିଥିବ ତାକୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ପେସାରେ ସେ ଜଣେ ଦାନ୍ତ ଡାକ୍ତର । ମାତ୍ର ନିଶା ଟାଇକୋଣ୍ଡୋ ଖେଳ । ଆଉ ଆଜି ଏହି ଟାଇକୋଣ୍ଡୋ ଖେଳ ମହିଲା ଡାକ୍ତରଙ୍କୁ ଦେଇଛି ନୂଆ ପରିଚୟ । ଓଡିଶା ପାଇଁ ନୁହେଁ ଏଥର ଭାରତୀୟ ଟିମ ପାଇଁ ଏବେ ପ୍ରତିଦ୍ୱନ୍ଦିତା କରିବେ ଏହି ଖେଳାଳୀ ଜଣଙ୍କ । ପ୍ରକାଶ ପାଇଛି ଭାରତୀୟ ଟାଇକୋଣ୍ଡୋ ଖେଳାଳୀ ତାଲିକା । ଏହି ତାଲିକାର ଅଣ୍ଡର ୫୦ କାଟାଗୋରୀରେ ସ୍ଥାନରେ ପାଇଛନ୍ତି । ସେ ହେଉଛନ୍ତି ଏସସିବି ମେଡିକାଲର ଦନ୍ତ ବିଭାଗର ଡାକ୍ତର ନିଲିମା କଟ୍ଟି । ଦୁଇ ଥର ଓଡିଶା ଟିମ ତରଫରୁ ଖେଲିଥିବା ଡାକ୍ତର ନିଲିମା ଏଥର ପ୍ରଥମ କରି ଭାରତୀୟ ଟିମ ପକ୍ଷରୁ ଖେଲିବାକୁ ଯାଉଛନ୍ତି ।

କରୋନା ସମୟରେ ଡାକ୍ତର ନିଲିମା ରୋଗୀଙ୍କ ପାଇଁ ଅଧିକ ସମୟ ଦେବାକୁ ପଡ଼ିଥିଲା । ଏହାପରେ ସକାଳ ଓ ସଂଧ୍ୟା ସମୟରେ ଯେତେବେଳେ ବି ଫୁରସତ ମିଲୁଥିଲା ସେହି ସମୟକୁ ଅପଚୟ ନ କରି ଅଭ୍ୟାସରେ ଜାରୀ ରଖୁଥିଲେ । ଆଜି ନିଜର କଷ୍ଟ ପରିଶ୍ରମ ଫଳରେ ଭାରତୀୟ ଟିମ ପାଇଁ ଖେଳିବାର ବଡ ସୁଯୋଗ ମିଲିଛି । ଭାରତ ପାଇଁ ମେଡେଲ ଆଣିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ନିଲିମା କଟ୍ଟି ।

ନିଲିମା କଟ୍ଟି ଙ୍କ ସହିତ ତାଙ୍କର ପୁରା ପରିବାର ଏହି ଖେଳ ସହିତ ଜଡ଼ିତ । ସ୍ୱାମୀ ଦେବପ୍ରତି ମହାନ୍ତି ଓ ତାଙ୍କ ଦୁଇ ପୁଅ ମଧ୍ୟ ଟାଇକୋଣ୍ଡୋ ଖେଳାଳୀ । କୋଚ ଅମରେନ୍ଦ୍ର ପୃଷ୍ଟି ଙ୍କ ସହାୟତାରେ ଟାଇକୋଣ୍ଡୋର ଟେକନିକକୁ ଅଧିକ ଫୋକସ କରି ଅଭ୍ୟାସ ଜାରୀ ରଖିଥିଲେ । ପୂର୍ବ ନ୍ୟାସନାଲ ଚ୍ୟାମ୍ପିୟନସିପରେ ଡାକ୍ତର ନିଲିମା କଟ୍ଟି ଗୋଲ୍ଡ ମେଡାଲ ମଧ୍ୟ ହାତେଇଥିଲେ । ଏହାପରେ ଭାରତୀୟ ଟିମ ଚୟନର ୧୮ ଜଣ ତାଲିକାକୁ ଆସିଥିଲେ ନିଲିମା ।

ଅନଲାଇନରେ ସମସ୍ତ ପରୀକ୍ଷା କରାଯିବା ପରେ ଇଣ୍ଡିଆ ଟିମର ଅଣ୍ଡର ୫୦ କାଟାଗୋରୀରେ ସ୍ଥାନରେ ପାଇଛନ୍ତି । ଭାରତୀୟ ଟିମ ପକ୍ଷରୁ ନଭେମ୍ୱର ୩ୟ ସପ୍ତାହରେ ଏସିଆନ ଚ୍ୟାମ୍ପିୟନସିପ ଓ ୪ର୍ଥ ସପ୍ତାହରେ ୱାଲର୍ଡ ଚ୍ୟାମ୍ପିୟନସିପରେ ପ୍ରତିଯୋଗୀ ଭାବେ ଓହ୍ଲାଇବେ ।  ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି କୋଚ ପର୍ଯ୍ୟନ୍ତ ସମସ୍ତେ ଖୁସି ଜାହୀର କରିଛନ୍ତି ।

କୋରନା ଭଳି ମାହାମାରୀ ସମୟରେ ଡାକ୍ତରଙ୍କ ପ୍ରୟାସ ସବୁଠି ପ୍ରଶଂସନୀୟ । ଆଉ ଏହାରି ଭିତରେ ଏସ ସି ବି ମେଡିକାଲର ଦନ୍ତ ବିଭାଗର ଡାକ୍ତର ନିଳିମା କଟ୍ଟି ଭାରତୀୟ ଟାଇକୋଣ୍ଡୋ ଟିମ ପାଇଁ ଚୟନ ହେବା ଆଉ ଏକ ସଫଳତା ଯୋଡି ହୋଇଛି ।

Leave a Reply