ଅଜୟ ଦେବଗନଙ୍କୁ ରାବଣ ଭୂମିକାରେ ଦେଖିବାକୁ ଚାହାନ୍ତି ଦୀପିକା, ତେବେ ସୀତାଙ୍କ ପାଇଁ କିଏ ତାଙ୍କ ପ୍ରଥମ ପସନ୍ଦ ?

1 min read

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ରାମାୟଣ ପୁରା ଦେଶକୁ ପାଗଳ କରିଥିଲା । ସକାଳ ୯.୩୦ ମିନିଟରେ ରବିବାର ଦିନ ଦେଶରେ ଅଘୋଷିତ ସଟ୍ ଡାଉନ୍ ଲାଗୁ ହେଉଥିଲା । ପୁରା ଦେଶ ଟିଭି ସାମ୍ନାରେ ବସୁଥିଲା । ସେତେବେଳେ ଦୀପିକା ଚିଖାଇଲ ସୀତାଙ୍କ ରୂପରେ ଦେଶକୁ ମୋହାଛନ୍ନ କରିଥିଲେ । ରାମାନନ୍ଦଙ୍କ ରାମାୟଣକୁ ୩୨ ବର୍ଷରୁ ଅଧିକ ବିତିଯାଇଛି । ଏବେ କରୋନା କାଳରେ ରାମାୟଣ ପୁଣି ଛୋଟ ପରଦାକୁ ଫେରି ଟିଆରପି ରେକର୍ଡକୁ ହନୁମାନଙ୍କ ଲଙ୍କା ପୋଡି ଭଳି ଛାରଖାର କରିଦେଇଛି । ଏମିତିରେ ୩୨ ବର୍ଷ ପରେ ରାମାୟଣର ରାମ-ସୀତା ପୁଣି ଚର୍ଚ୍ଚାକୁ ଫେରିଛନ୍ତି ।

ପୁରୁଣା ରାମାୟଣର ଟିଭି ୱାପସୀ ଭିତରେ ଦୀପିକାଙ୍କୁ ପଚରାଯାଇଥିଲା ଯଦି ଏବେ ରାମାୟଣ ତିଆରି ହୁଏ ସେ କାହାକୁ ରାମଙ୍କ ଅବତାରରେ ଦେଖିବାକୁ ଚାହିଁବେ ? ରାମ ଅବତାରରେ ଦୀପିକାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ହ୍ରିତିକ୍ ରୋଶନ ।

ତେବେ ଦୀପିକା ସୀତା ଭାବେ କାହାକୁ ଦେଖିବାକୁ ଚାହିଁବେ ? ଉତ୍ତର ହେଉଛି ମହେଶ ଭଟ୍ଟ କନ୍ୟା ଆଲିଆ । ଆଲିଆଙ୍କୁ ସୀତା ମାତାଙ୍କ ଭୂମିକାରେ ଦେଖିବାକୁ ଚାହିଁବେ  ବୋଲି କହିଛନ୍ତି ଦୀପିକା ।  କଣ ପାଇଁ ସେ ଆଲିଆଙ୍କୁ ସୀତା ଭୂମିକାରେ ଦେଖିବାକୁ ଚାହାନ୍ତି ତା’ର ଉତ୍ତର ଦେଇ କହିଛନ୍ତି ଯେ, ମାତା ସୀତାଙ୍କ ଉଚ୍ଚତା ଅଧିକ ନଥିଲା । ଶ୍ରୀରାମଙ୍କ ଛାତିକୁ ସୀତାଙ୍କ ମୁଣ୍ଡ ଛୁଉଁଥିଲା । ତେଣୁ ଆଲିଆଙ୍କ ଭଳି କାହାରିକି ମୁଁ ସୀତାଙ୍କ ଭୂମିକାରେ ଦେଖିବାକୁ ଚାହୁଁଛି ।

ବଲିଉଡ୍ ଲାଇଫକୁ ଦେଇଥିବା ସାକ୍ଷାତକାରରେ ଦୀପିକା ରାବଣ ଭାବେ ଅଜୟ ଦେବଗନଙ୍କୁ ଦେଖିବାକୁ ଚାହାନ୍ତି । ସେହିଭଳି ଲକ୍ଷ୍ମଣଙ୍କ ଭୂମିକାରେ ସେ ବରୁନ ଧୱନଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

୧୯୮୦ ଦଶକର ଅନ୍ତିମ ଭାଗରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣରେ ସୀତା ଭୂମିକା ଦୀପିକାଙ୍କୁ ପରିଚୟ ଦେଇଥିଲା । ସେ ପରେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ରୁପୟା ଦଶ କରୋଡ୍ ନାମକ ଫିଲ୍ମରେ ସେ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ ।

ତେବେ ସୀତାଙ୍କ ଅବତାରରେ ଦେଖି ସାରିଥିବା ଦର୍ଶକ ତାଙ୍କ ଫିଲ୍ମ ମେକ୍ ଓଭରକୁ ପସନ୍ଦ କରିନଥିଲେ । ଆଉ ଦୀପିକାଙ୍କୁ ବଲିଉଡରୁ ବନବାସ ନେବାକୁ ପଡିଥିଲା । ପରେ ସେ ଗୋଟିଏ କଂପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

 

 

Leave a Reply