ଲକ୍ ଡାଉନର ତିନି ଭିଡିଓ : ଘରେ ବସି ସର୍ଟଫିଲ୍ମ ତିଆରି କଲେ ଅମିତାଭ୍, ଅକ୍ଷୟ ଗାଉଛନ୍ତି ଲଢିବ ଇଣ୍ଡିଆ,ଜିତିବ ଇଣ୍ଡିଆ

1 min read

ମୁମ୍ବାଇ: ଭାରତ ଏକ ଏମିତି ଦେଶ ଯେଉଁଠି ଫିଲ୍ମ ଓ ମନୋରଞ୍ଜନକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଏ । ପ୍ରଥମେ ସାଧାରଣ ଲୋକଙ୍କ ପ୍ରତିଭା ଲୁଚି ରହୁଥିଲା ହେଲେ ଏବେ ଲୋକେ ନିଜ ଟ୍ୟାଲେଣ୍ଟକୁ ସୋସିଆଲ ମିଡିଆ ମାଧ୍ୟମରେ ସ୍ପଷ୍ଟ କରୁଛନ୍ତି । ତେବେ ସେମାନେ ସଫଳ ହେଉଛନ୍ତି କହିଲେ ବି କିଛି ଭୁଲ ହେବ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିତି ଦିନ କିଛି ନା କିଛି ଭାଇରାଲ ହେଉଥାଏ । ସେଥିମଧ୍ୟରୁ କିଛି ଲୋକଙ୍କ ଭିଡିଓକୁ ଲୋକେ ବହୁତ ପସନ୍ଦ କରନ୍ତି । ଯଦି କିଏ ନିଜ ଟ୍ୟଲେଣ୍ଟ ଦେଖାଇବାରେ ସଫଳ ହୁଏ ସେ ବାରମ୍ବାର ଏହି ସୋସିଆଲ ମିଡିଆ ମାଧ୍ୟମକୁ ବାଛିଥାଏ । ଏଠାରେ ଲୋକେ ସବୁ ପ୍ରକାର ଜିନିଷ ସେୟାର କରିପାରନ୍ତି । ସେଥିପାଇଁ ଭାରତରେ ପ୍ରତ୍ୟେକ ଜିନିଷ ଟାଇମ୍ ଟୁ ଟାଇମ୍ ଭାଇରାଲ ହେଉଥାଏ । ଭାରତରେ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କ ଚାହିଦା ବହୁତ ବେଶି । ସାଧାରଣତଃ ପିଲାମାନେ ମଧ୍ୟ ଘର ଲୋକଙ୍କ କଥା ମାନନ୍ତି ନାହିଁ କିନ୍ତୁ ତାଙ୍କ ପସନ୍ଦର ଫିଲ୍ମ କଳାକାର ସେହି ବାର୍ତ୍ତା କହିଲେ ସେମାନେ ସେହି ଜିନିଷ ମାନିଥାନ୍ତି । କେବଳ ପିଲାମାନେ କାହିଁକି, ବୟସ୍କ ଲୋକଙ୍କଠାରୁ ଆରମ୍ଭ କରି ଯୁବ ପୀଢିର ଅନେକ ମଧ୍ୟ ନିଜ ଫେଭରାଇଟ ଷ୍ଟାର୍ସଙ୍କ କଥା ମାନନ୍ତି ।

Stay Home Stay Safe Message By Celebrities Of India

ଘରେ ରହି ଫିଲ୍ମ ତିଆରି କଲେ ବଚନ,ରଜନୀକାନ୍ତ…ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ନିଜ ଘରେ ଅଲଗା ଅଲଗା ସୁଟ୍ କରିଛନ୍ତି, ସୁଟିଂ ପାଇଁ ଏକାଠି ହୋଇ ନାହାନ୍ତି । #Stayhome #staysafe ବାର୍ତ୍ତା #NandighoshaTV

Nandighosha TV यांनी वर पोस्ट केले सोमवार, ६ एप्रिल, २०२०

ତେବେ ଲକଡାଉନ୍ ପାଇଁ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ମାନ୍ଦା ପଡିଯାଇଛି । ଅନେକ ଶୁଟିଂ ବନ୍ଦ ହେବା ସହ ବହୁତ କ୍ଷତି ମଧ୍ୟ ହୋଇଛି । ତଥାପି  ଷ୍ଟାର୍ସ  ନିଜ କଥା କହିବାର ବାଟ ଖୋଜି ନିଅନ୍ତି । ଯାହାର ଉଦାହରଣ ହେଉଛି ଏହି ତିନୋଟି ଭିଡିଓ ।  ବଲିଉଡ,ଟଲିଉଡ,କନ୍ନଡ,ବେଙ୍ଗଲି,ମରାଠିର ସମସ୍ତ ଷ୍ଟାର୍ସ ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଛନ୍ତି । ଭିଡିଓରେ ସମସ୍ତେ ପରସ୍ପରଙ୍କ ସହ କଥା ହେବାରେ ଦେଖାଯାଉଛନ୍ତି । ହେଲେ ତାହା ଏଡିଟିଂ ହୋଇଛି । ସବୁ କଳାକାର ନିଜ ନିଜ ଘରେ ରହି ଏହି ଭିଡିଓ ତିଆରି କରିଛନ୍ତି । ଭିଡିଓରେ ଲକଡାଉନ୍ ନେଇ ଏକ ସର୍ଟ ଷ୍ଟୋରୀ ହୋଇଛି । ବିଗ୍ ବି ଏହି ଭିଡିଓରେ ମୁଖ୍ୟ ଅଭିନେତାର ଚରିତ୍ରରେ ନଜର ଆସିଛନ୍ତି । ସମସ୍ତଙ୍କୁ ଘରେ ରହିବା ପାଇଁ ଏହି ଭିଡିଓ ମାଧ୍ୟମରେ ଅପିଲ କରିଛନ୍ତି ।

ଏହା ବ୍ୟତୀତ କେବଳ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏହି ଭିଡିଓରେ ଅକ୍ଷୟ କୁମାର, ଭିକ୍କି କୌଶଲ, ଭୂମି ପେଦନାକର, କାର୍ତ୍ତିକ ଆର୍ଯ୍ୟନ, ସିଦ୍ଧାର୍ଥ ମଲହୋତ୍ରା, ରକୁଲ ପ୍ରୀତ, ଅନନ୍ୟା ପାଣ୍ଡେ, କୀର୍ତ୍ତି ସାନନ, ରାଜକୁମାର ରାଓ ସମେତ ଅନ୍ୟ ଷ୍ଟାର୍ସ ଗୀତ ଗାଉଛନ୍ତି । ଗୀତ ଟି ହେଉଛି “ଜିତିବ ଇଣ୍ଡିଆ, ହାରିବ କରୋନା… ଗୋଟିଏ ସୁରରେ ବନ୍ଧା ଭାରତ” । ନିଜ ନିଜ ଘରେ ରହି ଏହି ପ୍ରେରଣାପ୍ରଦ ଭିଡିଓ ସୁଟ୍ କରି ସେଲିବ୍ରିଟିମାନେ ଷ୍ଟେ ହୋମ୍, ଷ୍ଟେ ସେଫ୍ର ମେସେଜ ଦେଇଛନ୍ତି ।

Listen To What Veteran Actor Dharmendra Speaks On Lockdown

ଧର୍ମେନ୍ଦ୍ରଙ୍କ ବିଲ…ପଠାନକୋଟ ଫାର୍ମହାଉସରେ ଧର୍ମେନ୍ଦ୍ର ଲକଡାଉନ, ଶୁଣନ୍ତୁ କଣ କହୁଛନ୍ତି ହି ମ୍ୟାନ୍ #NandighoshaTV

Nandighosha TV यांनी वर पोस्ट केले सोमवार, ६ एप्रिल, २०२०

ଅନ୍ୟପକ୍ଷରେ ବଲିଉଡ ହି ମ୍ୟାନ ଧର୍ମେନ୍ଦ୍ର ମଧ୍ୟ ଲକଡାଉନ୍ ସମୟରେ ନିଜ ଅନୁଭବ ଫେସବୁକ୍ ମାଧ୍ୟମରେ ସେୟାର କରିଛନ୍ତି । ସେ ନିଜ ଫାର୍ମ ହାଉସରେ ସମୟ ବିତାଉଥିବାର ନଜର ଆସିଛନ୍ତି । ଏହି ମୂହୁର୍ତ୍ତକୁ ଖୁବ ଏନଜୟ କରୁଛନ୍ତି ଅଭିନେତା ଧର୍ମେନ୍ଦ୍ର । ଏହି ପରିସ୍ଥିତିରେ ସେ ସମସ୍ତଙ୍କୁ ନିଜ ଘରେ ରହି ସମୟ ବିଡାଇବାକୁ କହିଛନ୍ତି । ସମସ୍ତେ ମିଳିମିଶି ହିଁ ଏହି କରୋନା ପରିସ୍ଥିତିର ମୁକାବିଲା କରିହେବ ବୋଲି କହିଛନ୍ତି ବରିଷ୍ଠ କଳାକାର ।

Leave a Reply