ସେଲିବ୍ରିଟିଙ୍କ କୁକିଂ ଭିଡିଓ ସେୟାରକୁ ନାପସନ୍ଦ କଲେ ସାନିଆ ମିର୍ଜା, ସୋସିଆଲ ମିଡିଆରେ କହିଲେ ଏମିତି କଥା

ମୁମ୍ବାଇ: କରୋନା ଚାରିଆଡେ ଆତଙ୍କ ସୃଷ୍ଟି କରିଥିବା ବେଳେ ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି । ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ, ଲକ୍ ଡାଉନ୍ ଆରମ୍ଭ ହେବା ଦିନଠାରୁ ସେଲେବ୍ରିଟି ମାନଙ୍କର ଅନେକ ଭିଡ଼ିଓ ସାମ୍ନାକୁ ଆସିଛି। କିଏ ଖାଇବା ତିଆରି କରୁଛି କିଏ ନାଚୁଛି କିଏ ଘର ସଫା କରୁଛି ତ କିଏ ଫୁଲ ଗଛରେ ପାଣି ଦଉଛି।ସମସ୍ତେ ନିଜକୁ ମନୋରଞ୍ଜନ କରିବା ପାଇଁ କିଛି ନା କିଛି କରୁଛନ୍ତି । ରୋଷେଇ ଏବଂ ଘରର ଅନ୍ୟାନ୍ୟ କାମ କରି ମଧ୍ୟ ସବୁ ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ବଲିଉଡ ସହ ଟିଭି ସେଲିବ୍ରେଟମାନେ ମଧ୍ୟ ନିଜ ଘରେ କାମ କରି ରୋଷେଇ କରୁଛନ୍ତି। ନିକଟରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ସେମାନଙ୍କ ରୋଷେଇ ଏବଂ ଖାଦ୍ୟ ଫଟୋ ସେୟାର କରିଥିଲେ। କିନ୍ତୁ ଏ ନେଇ ଟେନିସ୍ ଖେଳାଳି ତଥା ସେଲିବ ସାନିଆ ମିର୍ଜା ଏହି ସବୁ ପୋଷ୍ଟରୁ  ଖୁସି ନାହଁନ୍ତି। ସେ ଭିଡ଼ିଓ ଦେଖି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ସବୁ ସେଲିବ୍ରିଟିମାନଙ୍କର ଏଭଳି ଫଟୋ ସେୟାରକୁ ସାନିଆ ମିର୍ଜା ନାପସନ୍ଦ କରିଛନ୍ତି ।

ସାନିଆ ଟ୍ବିଟ୍ କରି ସମସ୍ତଙ୍କୁ ଏହାର କଡା ଜବାବ ଦେଇଛନ୍ତି । ଟ୍ବିଟ୍ ରେ ସେ ଲେଖିଛନ୍ତି, “ ରୋଷେଇର ଭିଡିଓ ଏବଂ ଖାଦ୍ୟର ଫଟୋ ସେୟାର କରିଲେ କଣ ମିଳିବ। ବରଂ ଏ ବିଷୟରେ ଚିନ୍ତା କରିବା ଜରୁରୀ ଯେ,  ଏଠାରେ ହଜାର ହଜାର ଲୋକ ଅଛନ୍ତି, ଯେଉଁମାନେ ଭୋକରେ ମରୁଛନ୍ତି ଏବଂ ଗୋଟିଏ ବେଳାର ଖାଦ୍ୟ ଯୋଗାଡ କରିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି ।”

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ପରେ ସବୁ ସେଲିବ୍ରିଟିମାନେ ନିଜ ନିଜ ଘରେ ରହିବା ସହ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ମଲାଇକା ଆରୋରା, ସୋନମ୍ କପୁର, ଦୀପିକା ପାଦୁକୋନ୍ ଏବଂ ଅନ୍ୟ ସେଲିବ୍ରିଟିମାନେ ଖାଦ୍ୟ ରାନ୍ଧିବାର  ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ଯାହାକୁ ନାପସନ୍ଦ କରିଛନ୍ତି ସାନିଆ  ।

Leave a Reply