ଜଙ୍ଗଲରୁ ଉଦ୍ଧାର ହେଲା ୩ଟି ଗଳିତ ମୃତଦେହ

1 min read

ଦେବଗଡ଼: ଜଙ୍ଗଲରୁ ଉଦ୍ଧାର ହେଲା ୩ଟି ଗଳିତ ମୃତଦେହ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରଇ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଗୁଡ଼ିକ ଜଙ୍ଗଲ ମଧ୍ୟରେ ବହୁଦିନରୁ ପଡ଼ି ରହିଥିବାରୁ ପଚିଶଢ଼ି ଯାଇଛି ।

ମୃତକ ମାନଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହ ପାଖରୁ ମହିଳାଙ୍କର ଶାଢ଼ୀ ଏବଂ ବେକର ମାଳିକୁ ପୋଲିସ ଜବତ କରିଛି । ୨ ଶିଶୁଙ୍କ ମଧ୍ୟରୁ ଜଣଙ୍କର ବୟସ ତିନି ବର୍ଷ ଓ ଅନ୍ୟ ଶିଶୁଟିର ବୟସ ଦେଢ଼ ବର୍ଷ ବୋଲି ଜଣାପଡ଼ିଛି । ଅନ୍ୟପଟେ ମହିଳାଙ୍କର ଶରୀର ଅଧିକ ନଷ୍ଟ ହୋଇଯାଇଥିବାରୁ ପୋଲିସ ଏହି ଦୁଇ ଶିଶୁଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି ।

')}

Leave a Reply