ପୁଣି ଦେଶରେ ବଢ଼ୁଛି ସଂକ୍ରମଣ: ଦିନକରେ ୨୦ ହଜାର ୫୫୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ବଢ଼ିଲା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୨୦ ହଜାର ପାର କଲା ନୂଆ ମାମଲା । ଗୋଟିଏ ଦିନରେ ଆଉ ୨୦ ହଜାର ୫୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୬ ହଜାର ୫୭୨ ଜଣ ସୁସ୍ଥ ହୋଇ ଡାକ୍ତରଖାନାକୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ ୨୮୬ ଜଣକ ଜୀବନ ନେଇଛି କରୋନା । ନୂଆ ମାମଲାକୁ ମିଶାଇ ମୋଟ ମାମଲା ୧ କୋଟି ୨ ଲକ୍ଷ ୪୪ ହଜାର ୮୫୩ ପାର କରିଛି ।

ଏବେ ସାରାଦେଶରେ ୨ଲକ୍ଷ ୬୨ ହଜାର ୨୭୨ ଆକ୍ଟିଭ୍ କେସ୍ ରହିଛି । ଏ ପର୍ଯ୍ୟନ୍ତ  ୯୮ ଲକ୍ଷ ୩୪ ହଜାର ୧୪୧ ସୁସ୍ଥ ହୋଇଛନ୍ତି । ମୃତକ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ରେ ପହଞ୍ଚିଛି । ଗତ କିଛିଦିନ ହେଲା ଲଗାତାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨୦ହଜାର ପାର କରିଛି ।

ଅନ୍ୟପଟେ, ଦେଶରେ ବଢୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମଣ । ୨ ଦିନରେ ଚିହ୍ନଟ ହେଲେଣି ୨୦ ପଜିଟିଭ୍ । ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ମ୍ୟୁଟାଣ୍ଟ ଭାଇରସ୍ ୭୦ ପ୍ରତିଶତ ଅଧିକ ସଂକ୍ରମକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେପଟେ ନୂଆ ଭୂତାଣୁକୁ ମାତ୍‌ ଦେବାକୁ ବିଦେଶୀ ଓ ସ୍ୱଦେଶୀ କରୋନା ଟିକା କାମ କରିବ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବେଙ୍ଗାଲୁର, ହାଇଦ୍ରାବାଦ ଓ ପୁନେ ଲ୍ୟାବରେ ନମୁନା ପରୀକ୍ଷା ପରେ ୨୦ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେମଧ୍ୟରେ ୟୁପି ମେରଠର ଜଣେ ୨ ବର୍ଷୀୟା ଶିଶୁ ରହିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି ।

Leave a Reply