ଲଦାଖ ସୀମାରେ ଉତ୍ତେଜନା ଘଟଣା, ଚାଇନା ସହ ଆଲୋଚନା ପରେ ବି ବାହାରିପାରିନି କୌଣସି ନିଷ୍କର୍ସ: ରାଜନାଥ ସିଂ

ନୂଆଦିଲ୍ଲୀ: ଥମୁନି ସୀମା ବିବାଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଏହାକୁ ନେଇ ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏଲ୍‌ଏସିରେ ଅସ୍ଥାୟୀ ସ୍ଥିତି ଜାରି ରହିଛି । ଲଦାଖ ସୀମାରେ ଉତ୍ତେଜନା ନେଇ ଚାଇନା ସହ ଆଲୋଚନା ପରେ ବି କିଛି ନିଷ୍କର୍ସ ବାହାରିପାରିନି । ସେ କହିଛନ୍ତି, ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ରାଜନୈତିକ ଓ ସେନାସ୍ତରରେ ଆଲୋଚନା ଜାରି ରହିଛି । ତେବେ ଏ ଦିଗରେ ସକାରାତ୍ମକ ପରିଣାମ ଆସିବା ସମ୍ଭାବନା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଗଣମାଧ୍ୟମ ସହ ଏକ ଇଣ୍ଟରଭ୍ୟୁରେ ରାଜନାଥ କହିଛନ୍ତି ଯେ, ସୀମା ବିବାଦ ନେଇ ଦୁଇ ଦେଶ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଛି. ଖୁବ୍‌ଶୀଘ୍ର ପୁଣି ସେନାସ୍ତରରେ ବୈଠକ ବସିବାକୁ ଯାଉଛି । ତେବେ ସ୍ଥିତିରେ ସୁଧାର ନ ଆସିବା ଯାଏ ସୀମାରେ ସେନା ହ୍ରାସ କରାଯିବନି । ତେବେ ବିସ୍ତାରବାଦୀ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ରହିଛି ବୋଲି ରାଜନାଥ କହିଛନ୍ତି ।

ଅନ୍ୟପଟେ ସୀମାରେ ଚାଇନା ସୈନ୍ୟ ବଢ଼ାଇବା ସହ ଅସ୍ତ୍ରଶସ୍ତ୍ର ମହଜୁଦ୍ କରୁଥିବା ସୂଚନା ମିଳିଛି । ତେଣୁ ସୀମାରେ ସୈନ୍ୟ ଓ ସାଧାରଣ ନାଗରିକମାନଙ୍କ ପାଇ” ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ରାଜନାଥ ସିଂ କହିଛନ୍ତି ।

Leave a Reply