ବିଶ୍ୱରେ ୭୫ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ହାର ସାଢ଼େ ୪ ଲକ୍ଷ ଛୁଇଁବ

ବିଶ୍ୱରେ ତୁହାକୁ ତୁହା ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ଗ୍ରାଫରେ ଉପର ମୁହାଁ ହେଉଛି ସଂକ୍ରମଣ । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବିଶ୍ୱର ମୋଟ କରୋନା ସଂକ୍ରମଣ ୭୫ ଲକ୍ଷ ଅତିକ୍ରମ କରିଛି । ଏଥିରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି କରୋନା ଦ୍ୱାରା ବିଶ୍ୱରେ ବର୍ତ୍ତମାନ ୧୮୮ ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି  ।

ସେଥିମଧ୍ୟରୁ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ହେଉଛି ୨୦ ଲକ୍ଷ ୨୨ ହଜାର ୪୮୮ । ଯେଉଁଥିରେ ୧ ଲକ୍ଷ ୧୩ ହଜାର ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦୁଇ ନମ୍ବର ହେଉଛି ନ୍ୟୁ ଜର୍ସି ସହର, ଯେଉଁଠାରେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକା ପରେ ବ୍ରାଜିଲ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି ଏବଂ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଋଷିଆ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ଏବଂ ୬୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ବ୍ରିଟେନ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଅଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାରରୁ ଅଧିକ ଏବଂ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତ ପଞ୍ଚମ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାରରୁ ଅଧିକ ଏବଂ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଏହା ବ୍ୟତୀତ ସ୍ପେନରେ ୨ ଲକ୍ଷ ୪୨ ହଜାରରୁ ଅଧିକ ନିଶ୍ଚିତ ମାମଲା ଏବଂ ୨୭ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି ।  ଇଟାଲୀରେ ୨ ଲକ୍ଷ ୩୬ ହଜାରରୁ ଅଧିକ ସଂକ୍ରମିତଙ୍କ ମାମଲା ଆସିଥିବା ବେଳେ  ୩୪ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି ପେରୁରେ ୨ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୬ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ସେହିଭଳି ଫ୍ରାନ୍ସରେ ୧ ଲକ୍ଷ ୯୨ ହଜାରରୁ ଅଧିକ କରୋନା ମାମଲା ଆସିଥିବାବେଳେ ୨୯ ହଜାରରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

Leave a Reply