ଆସିଲା ଆସ୍ୱସ୍ତିକର ସୂଚନା, କରୋନା ଆରମ୍ଭରୁ ଖାଇପାରିବେ ଏହି ଔଷଧ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଜାଲରେ ଭାରତ ମଧ୍ୟ ସାଙ୍ଘାତିକ ଭାବରେ ଛନ୍ଦି ହୋଇଛି । ବିଶ୍ୱରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଥିବା ବେଳେ ସୁସ୍ଥ ହାର ୫୦ ଲକ୍ଷ ପାର ହୋଇଛି । ସେପଟେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁବା ଉପରେ । ତେବେ ଏଥିରୁ ମୁକୁଳିବା ପାଇଁ ଅହରହ ଚାଲିଛି ସଂଘର୍ଷ ।

ପୁରା ବିଶ୍ୱ ଏବେ କରୋନା ପ୍ରତିକାର ପାଇଁ ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ସେଥିରୁ ଭାରତ ବାଦ ପଡ଼ିନାହିଁ । ଭାରତ ମଧ୍ୟ କରୋନା ପ୍ରତିଶେଧକ ଟୀକା ଖୋଜିବାରେ ଲାଗିପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ପ୍ରତିକାର ମିଳିପାରିନାହିଁ । ଏହି ଭିତରେ ଦେଶବାସୀଙ୍କ ପାଇଁ ଆସିଛି ଖୁସି ଖବର । ଏଥର କରୋନାକୁ ପ୍ରତିହତ କରିବାରେ ସହାୟକ ହେବ ଡେକ୍ସାମେଥାସନ ।

ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଥିବାବେଳେ ଏହାର ମୁକାବିଲା ପାଇଁ ଖୋଜା ଚାଲିଛି ବିକଳ୍ପ ବ୍ୟବସ୍ଥା । ଏ ନେଇ ଡେକ୍ସାମେଥାସନର ବ୍ୟବହାରକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ସାମାନ୍ୟରୁ ଗୁରୁତର ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ କାମ ଦେବ ମେଡିସିନ୍ । ଯାହାଫଳରେ ଆରମ୍ଭ ହେଉଥିବା କରୋନା ସଂକ୍ରମଣ ଏଥିରେ ଭଲ ହୋଇପାରିବ ।

ଏହି ମେଡିସିନକୁ ବିଶେଷ ଭାବେ ଫୁସଫୁସ ଜନିତ ରୋଗ ପାଇଁ ବ୍ୟବହାର କରାଯାଏ । ତେବେ ପୂର୍ବରୁ ବିଶ୍ୱ ସ୍ୱାସ୍ଥ ସଙ୍ଗଠନ ଡେକ୍ସାମେଥାସନ ମେଡିସିନକୁ କରୋନା କ୍ଷେତ୍ରରେ ଉପଯୋଗୀ କରିବା ପାଇଁ ଅନୁମତି ଦେଇଥିଲା  । କିନ୍ତୁ ଏବେ ଭାରତ ସରକାର ଏହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।

Leave a Reply