ଚାଇନାରେ କରୋନା ଭାଇରସ ଆତଙ୍କ, ଭାରତୀୟ ମାନଙ୍କ ସୁରକ୍ଷା ପାଇଁ ଜାରି ହେଲା ଭାରତୀୟ ଦୂତାବାସ ହେଲପଲାଇନ ନମ୍ବର

1 min read

ଚାଇନାରେ ଆତଙ୍କ ଖେଳାଇଛି କରୋନା ଭାଇରସ । ପ୍ରତି ଘଣ୍ଟାରେ ବଢୁଛି ମୃତ୍ୟୁ ସଂଖ୍ୟା । ଭାଇରସର ଶିକାର ହୋଇ ୨୫ଜଣଙ୍କ ଜୀବନ ଯାଇଥିବା ବେଳେ ୮୦୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପଡୋଶୀ ଦେଶ ଭିଏତନାମ, ସିଙ୍ଗାପୁର, ଥାଇଲାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ଏହି ଭାଇରସ କାୟା ବିସ୍ତାର କଲାଣି । ଆମେରିକାରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି ।

Image result for corona virus in china

ଅନ୍ୟପଟେ କରୋନା ଭାଇରସ ପାଇଁ ବୁହାନ ସମେତ ୮ଟି ସହରରେ ଟ୍ରାନସପୋର୍ଟ ବନ୍ଦ ରଖିଛି ଚାଇନା । ଏଥିସହ ବେଜିଂ ଏବଂ ଚାଇନାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । ବୁହାନ ସହରରେ ପାଖାପାଖି ୭୦୦ ଭାରତୀୟ ଛାତ୍ର ପାଠ ପଢୁଥିବା ବେଳେ ସେମାନଙ୍କ ସହ ସୁବିଧା ପାଇଁ ହେଲପଲାଇନ ଜାରି କରିଛି ଭାରତୀୟ ଦୂତାବାସ ହେଲପଲାଇନ । ହେଲପଲାଇନ ନମ୍ବର ଗୁଡିକ ହେଲା- +8618612083629 ଏବଂ +8618612083617 । ଏହା ସହ ଛାତ୍ରମାନଙ୍କୁ ସହଯୋଗ ପାଇଁ ଚିନର ଅଧିକାରୀଙ୍କ ସହ କଥାବାର୍ତ୍ତା ଜାରି ରଖିଛି ଭାରତ । ସେପଟେ ବୁହାନରେ ୫ଛାତ୍ରଙ୍କ ସହ ୨୫ଭାରତୀୟ ଫସି ରହିଛନ୍ତି । ସେପଟେ ୟିଚାଙ୍ଗ ମେଡିକାଲରେ ୧୪ଜଣ ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଚାଲିଛି । ସେମାନେ କୁନମିଙ୍ଗ ଏୟାରପୋର୍ଟରୁ କୋଲକତା ଯିବାକୁ ଉଦ୍ୟମ କରୁଥିଲେ । କରୋନା ଭାଇରସ ପାଇଁ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Image result for corona virus in china

ଭାଇରସକୁ କିପରି ରୋକାଯାଇପାରିବ ସେ ନେଇ ସ୍ଥିତିର ତଦାରଖ କରାଯାଉଛି । ଆବଶ୍ୟକ ପଡ଼ିଲେ ଜରୁରୀ କାଳିନ ସ୍ଥିତି ଘୋଷଣା କରାଯିବ ବୋଲି ନିଷ୍ପତି ନିଆଯାଇଛି । ଭାରତରେ ମଧ୍ୟ ଏହି ଭାଇରସକୁ ନେଇ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବାଙ୍ଗାଲୁରୁ ଭଳି ସହରର ବିମାନ ବନ୍ଦରରେ ଥର୍ମାଲ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଯଞ୍ଚ କରାଯାଉଛି । ଭାରତରୁ ଯାଉଥିବା ଲୋକଙ୍କୁ ମଧ୍ୟ ଚୀନରେ କିପରି ସର୍ତ୍ତକ ରହିବେ ସେ ନେଇ ମଧ୍ୟ ଗାଇଡ ଲାଇନ ଜାରି କରାଯାଇଛି ।

Leave a Reply