ଆସନ୍ତାକାଲି ଶନିଦେବଙ୍କର ଚଳନରେ ପରିବର୍ତ୍ତନ: ବଦଳିବ ୫ ରାଶିର ଭାଗ୍ୟ

1 min read

୨୦୨୦ ବର୍ଷର ଆରମ୍ଭରୁ ଅନେକ ରାଶି ପାଇଁ ଖୁସିର ଖବର ହୋଇଥିବା ବେଳେ ଅନେକ ରାଶି ପାଇଁ ଅସୁବିଧା ଆଣିଛି । କାରଣ ଜାନୁଆରୀ ୨୪ ତାରିଖରେ ଶନିଦେବଙ୍କର ଗୋଚରରେ ପରିବର୍ତ୍ତନ ହେଉଛି । ସକାଳ ୯ଟା ୫୬ ମିନିଟ୍‌ରେ ଶନିଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ । ଶନିଦେବଙ୍କର ମକର ରାଶିରେ ପ୍ରବେଶ କରିବା ପରେ ପୂର୍ବରୁ ଯେଉଁ ରାଶିର ବ୍ୟକ୍ତିମାନେ ସାଢେସାତି କଷ୍ଟ ଭୋଗୁଥିଲେ ସେମାନଙ୍କର ଏହି କଷ୍ଟ ସମାପ୍ତ ହୋଇଯିବ ପୁଣି କେତେକ ରାଶିମାନଙ୍କର ଆରମ୍ଭ ହେବ । ତେବେ ଆସନ୍ତା କାଲି ଠାରୁ ୫ଟି ରାଶିର ମିଥୁନ, କର୍କଟ, ସିଂହ, କୁମ୍ଭ, କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ  ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତା ଜାଣିବା  ଏହି ପରିବର୍ତ୍ତନ ୧୨ଟା ରାଶି ଉପରେ କି ପ୍ରଭାବ ପକାଇବ ।

 

ମେଷ- ଆପଣଙ୍କ ରାଶି ଠାରୁ ୧୦ମ ଭାବରେ ଶନି ତମ୍ବା ପାଦରେ ଚଳନ କରୁଥିବାରୁ କର୍ମକ୍ଷେତ୍ରରେ ପରିବର୍ତ୍ତନ, ନୂତନ କର୍ମ ନିଯୁକ୍ତି, ଦୁର ସ୍ଥାନକୁ ଯାତ୍ରା, ଆର୍ଥିକ ସ୍ଥିତିସନ୍ତୋଷଜନକ ରହିବ । ମାନସମ୍ମାନ ବୃଦ୍ଧି, ଭୂମି ,ଗୃହ ,ବାହନ ଲାଭର ଯୋଗ ରହିଛି । ଉତ୍ତମ ସ୍ୱାସ୍ଥ୍ୟ, ଚାକିରୀ କ୍ଷେତ୍ରରେ ପ୍ରମୋସନ ମିଳିବାର ଯୋଗ ରହିଛି । ପ୍ରତିଦିନ ସକାଳ ସମୟରେ ଗୁଡ଼ ଖାଆନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ ।

ବୃଷ- ରାଶିରେ ଶନି ନବମ ଭାବ ଅର୍ଥାତ ଭାଗ୍ୟ ଭାଗକୁ ଶନି ରୂପା ପାଦରେ ଚଳନ କରିବେ । ଭାଗ୍ୟ ପରିବର୍ତ୍ତନ ହେବ, ମାନ ସମ୍ମାନ ବୃଦ୍ଧି ହେବ, କମ୍‌ ପରିଶ୍ରମରେ ଅଧିକ ଲାଭ ହେବ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ଅସହାୟ ବ୍ୟକ୍ତିକୁ ନିଜର ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ  ।ଓଁ ନମଃ ଶିବାୟ ପ୍ରତିନ ୧୦୮ ଥର ଜପ କରନ୍ତୁ ।

ମିଥୁନ- ରାଶିରେ ଶନି ୮ମ ଭାବକୁ ଲୁହା ପାଦରେ ଚଳନ କରିବେ । ଶାରିରୀକ କଷ୍ଟ ଆପଣଙ୍କୁ ବିଛଳିତ କରିବ । କଠିନ ପରିଶ୍ରମରେ ସଫଳତା ମିଳିବ ।ଅଧିକ ପରିମାଣରେ ଖର୍ଚ୍ଚ ହେବ । ଧନହାନୀ, ପ୍ରାଣପୀଡା ପରି କଷ୍ଟ ସହିବାକୁ ପଡିବ । କର୍ମ ଓ ବ୍ୟବସାୟରେ ସଫଳତା ମିଳିବ ନାହିଁ । ଓଁ କ୍ଳୀଂ କୃଷ୍ଣାୟ ନମଃ ମୃନ୍ତ୍ରକୁ ପାଠ କରନ୍ତୁ, ଗୋ ସେବା କରିଚାଲନ୍ତୁ ଅଶୁଭତ୍ୱ ଧିରେ ଧିରେ ଦୁରେଇ ଯିବ ।

କର୍କଟ– ରାଶିରେ ୭ମ ଭାବରେ ଶନି ଦେବ ଲୁହା ପାଦରେ ଚଳନ କରିବେ । ଅବିବାହିତ ପୁଅ/ଝିଅମାନଙ୍କର ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ

ଭୂମି, ବାହନ ଲାଭ ହେବ । ଆୟ ଦିଗ ବୃଦ୍ଧି ହେବ । ପାର୍ଟନରଙ୍କ ସହ ବ୍ୟବସାୟ କରିଲେ ଅଧିକ ଲାଭବାନ ହେବେ । ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିବ । ପ୍ରତି ସୋମବାର ଶିବଙ୍କ ନିକଟରେ କ୍ଷୀରରେ କଳା ରାଶି ମିଶାଇ ଅର୍ପଣ କରନ୍ତୁ । ଶ୍ମଶାନରେ ୧ ମାସ ପର୍ଯ୍ୟନ୍ତ ଗୁଡ଼ ୧୦୦ଗ୍ରାମ୍‌ ପକାନ୍ତୁ ।

ସିଂହ– ରାଶିରେ ୬ଷ୍ଠ ଭାବରେ  ଶନି ସୁବର୍ଣ୍ଣ ପାଦରେ ଚଳନ କରିବେ । ବ୍ୟବସାୟରେ ଲାଭାବନ୍‌, ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ । କର୍ମକ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରିବେ । ବେକାରୀମାନଙ୍କୁ ଚାକିରୀ ମିଳିବାର ଯୋଗ ରହିଛି । ଭୟଙ୍କର ଶାରିରୀକ କଷ୍ଟ ଅନୁଭଭ କରିବେ । ହନୁମାନଙ୍କ ସିନ୍ଦୁର ପ୍ରତିଦିନ ମଥାରେ ଲଗାନ୍ତୁ । ଅସାହୟ ବ୍ୟକ୍ତିକୁ ମାଗଣାରେ ମେଡିସିନି ଦାନ କରନ୍ତୁ ।

କନ୍ୟା– ରାଶି ଠାରୁ ୫ମ ଭାବରେ ଶନି ରୂପା ପାଦରେ ଚଳନ କରିବେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇପାରନ୍ତି । ପୂର୍ବ ବର୍ଷ ଅପେକ୍ଷା ଆର୍ଥିକଲାଭ  ହେବ । ଶିକ୍ଷା ଓ କ୍ୟାରିୟରରେ  ଆଶାଜନକ ସଫଳତା ପାଇବେ । ମା’ଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ପ୍ରତି ଶନିବାର ଦିନସ୍ନ।ନ ଜଳରେ ଗୋମୂତ୍ର ପକାଇ ସ୍ନ।ନ କରନ୍ତୁ । ଓଁ ନମୋ ଭଗବତେ ବାସୁଦେବାୟ ମୃନ୍ତ୍ରକୁ ଜପ କରନ୍ତୁ ।

ତୁଳା- ଶନିଦେବ ଲୁହା ପାଦରେ ଚଳନ କରିବେ । ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ, ମୃତ୍ୟୁବତ୍‌ କଷ୍ଟ ଭୋଗିବାର ସମ୍ଭାବନା ରହିଛି । ବିବାଦୀୟ ପରିସ୍ଥିତି ଲାଗି ରହିବ । କର୍ମ ଓ ବ୍ୟବସାୟକୁ ନେଇ ଚିନ୍ତିତ ରହିବେ ।

ବିଛା- ଶନିଦେବ ତମ୍ବା ପାଦରେ  ଚଳନ କରିବେ । ପରିଶ୍ରମ ବୃଦ୍ଧି ପାଇବ, ବିବାଦୀୟ କାମରେ ଜୟଲାଭ କରିବେ । ପୁରୁଣା ରୋଗରୁ ମୁକ୍ତି ପାଇବେ ।ପାରିବାରିକ ଜୀବନ ସୁଖମୟ ରହିବ ।

ଧନୁ- ଶନିଦେବ ରୂପା ପାଦରେ ଚଳନ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ପ୍ରମୋସନ ମିଳିବାର ଯୋଗ ରହିଛି । ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ ।

ମକର- ଶନିଦେବ ଏହି ରାଶିରେ ସୁନା ପାଦରେ ଚଳନ କରିବେ । ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । କର୍ମ ନିଯୁକ୍ତିର ସୁଯୋଗ ରହିଛି । ଶାରିରୀକ କଷ୍ଟ ମଧ୍ୟ ଭୋଗିବେ ।

କୁମ୍ଭ- ଶନିଦେବ ଲୁହା ପାଦରେ ଚଳନ କରିବେ । ଜମିଜମାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଗୁରୁଜନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଚଳିତ ହେବେ ।

ମୀନ- ଶନିଦେବ ସୁନା ପାଦରେ ଚଳନ କରିବେ । ନୂତନ ସ୍ଥାନ ସହ ଅର୍ଥ ଲାଭର ସୁଯୋଗ ରହିଛି । ଶିକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ରହିଛି

ନିଜର ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ ।

Leave a Reply