ବିକାଶଙ୍କ ଗୁଳିରେ ଦୁଇ ପୋଲିସ୍ କର୍ମଚାରୀ ଆହତ, ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ୍

1 min read
Complete Incident of BIkash Dubey Encounter.

ଉତ୍ତରପ୍ରଦେଶ: ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧି ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍ ଦୁବେକୁ ଉଜୈନରୁ କାନପୁର ଅଭିମୁଖେ ନେଇଥିଲେ । ବାଟରେ ହିଁ ବିକାଶର ଏନକାଉଣ୍ଟର ହୋଇଥିଲା । ତେବେ ରାଜନୀତିକ ଦଳ ଓ ସାଧାରଣ ଲୋକେ ଉତ୍ତରପ୍ରଦେଶ ପୋଲିସ ଜାଣି ଶୁଣି ବିକାଶଙ୍କୁ ହତ୍ୟା କରି ଏନକାଉଣ୍ଟର ନାଁ ଦେଉଛନ୍ତି ବୋଲି ଅଭିଯୋଗ କରିବା ପରେ ସ୍ପେଶାଲ୍ ଟାକ୍ସ ଫୋର୍ସ ଏନେଇ ସ୍ପଷ୍ଟୀକରଣ ଦେଇଛି । କହିଛି ଯେ, ଗୋରୁ ପଲ ହଠାତ୍ ରାସ୍ତା ଉପରକୁ ଆସିବା ହେତୁ ଡ୍ରାଇଭର ଭାରସାମ୍ୟ ରକ୍ଷା କରିପାରିନଥିଲା । ଏହାପରେ ଭ୍ୟାନ ଦୃଘଟଣା ଗ୍ରସ୍ତ ହୋଇଥିଲା । ପରେ ଆରକ୍ଷୀ ଅଧିକାରୀ ରମାକାନ୍ତ ଚୌଧୁରୀ, ଉପ-ଆରକ୍ଷୀ ଅଧିକାରୀ ପଙ୍କଜ ସିଂ, ଅନୁପ ସିଂ ଓ କନଷ୍ଟେବଳ ସତ୍ୟବୀର ଓ ପ୍ରଦୀପ କୁମାରଙ୍କୁ ଭ୍ୟାନରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ରମାକାନ୍ତ ଚୌଧୁରୀଙ୍କ ଠାରୁ ପିସ୍ତଲ ଛଡାଇ ନେଇଥିଲା । ଏହାପରେ ଗାଡିରୁ ଓହ୍ଲାଇ ପଳାଇବାକୁ ଉଦ୍ୟମ କଲା । ଏହି ସମୟରେ ପଛରୁ ଆସୁଥିବା ଏସଟିଏଫର ଅନ୍ୟ ଏକ ଭ୍ୟାନରେ ଥିବା ଅଧିକାରୀମାନେ ବିକାଶକୁ ଦଉଡୁଥିବାର ଦେଖି ତା’ ପଛରେ ଦଉଡିଥିଲେ । ମାତ୍ର ତାକୁ ଧରିବା ସମ୍ଭବପର ହୋଇନଥିଲା ।

Complete Incident of BIkash Dubey Encounter

ଆତ୍ମସମର୍ପଣ ପାଇଁ ବାରମ୍ୱାର ଚେତାଇ ଦିଆଯାଇଥିଲେ ମଧ୍ୟ ସେ ଓଲଟା ଗୁଳି ଚଳାଇ ଆକ୍ରମଣ କରିଥିଲା । ବିକାଶର ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଅଧିକାରୀ ଆହତ ହୋଇଛନ୍ତି । ତେବେ ସ୍ପେଶାଲ ଟାକ୍ସ ଫୋର୍ସ ସଫେଇ ଦେଇ କହିଛି ଯେ ତାଙ୍କୁ ଜୀବିତ ଧରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିଥିଲୁ । ସେହିଭଳି ତାଙ୍କୁ ଗୁଳି ବାଜିବା ପରେ ଆମେ ବିଳମ୍ୱ ନକରି ଯଥାଶୀଘ୍ର ଡାକ୍ତରଖାନାକୁ ମଧ୍ୟ ନେଇଛୁ ।

Leave a Reply