Lockdown: ଜୁଲାଇ ୧୩ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ସରକାର

1 min read

ଲକ୍ଷ୍ନୌ: ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁଣି କଟକଣା ଜାରି କଲେ ସରକାର । ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବାକୁ ଲକଡାଉନ୍ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଅର୍ଥାତ୍ ସୋମବାର ସକାଳ ୫ଟା ଯାଏଁ ଲକଡାଉନ୍ ନେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ।

ସମ୍ପୂର୍ଣ୍ଣ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ପାର ହୋଇଥିବା ବେଳେ ୮୪୫ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୯ ହଜାର ୯ ଶହରୁ ଅଧିକ ସକ୍ରିୟ ମାମଲା ରହିଛି । ୨୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ।

ୟୁପି ସରକାରଙ୍କ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି ନୋଏଡ଼ା । ଦିଲ୍ଲୀ ସୀମାକୁ ଲାଗି ରହିଥିବା ନୋଏଡ଼ାରେ ସଂକ୍ରମଣ ବ୍ୟାପକ ଭାବେ ବଢ଼ି ଚାଲିଛି । ସଂକ୍ରମଣ ରୋକିବାକୁ ଗୌତମବୁଦ୍ଧନଗର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରାଯାଉଛି ।

Leave a Reply