ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନି, ହେଲେ ହୋଇପାରେ, ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ…..

Community transmission of Coronavirus has not begun in India: Health Minister Harsh Vardhan

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଡେଇଁ ସାରିବା ପରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା ଦାବି କରୁଛନ୍ତି । ଏପରିକି ଦେଶର ଅନେକ ପ୍ରମୁଖ ବସ୍ତିରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଲାଣି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସାରା ଦେଶରେ ହୋଇଥିବା ସଂକ୍ରମଣ ମଧ୍ୟରୁ କୌଣସି ସଂକ୍ରମଣକୁ ସଠିକ ଭାବେ ଗୋଷ୍ଠୀଭିତ୍ତିକ ବୋଲି କୁହାଯାଇପାରିବ ନାହିଁ । ଏହା ଦେଶରେ ହେଉଥିବା କରୋନା ସଂକ୍ରମଣର ପ୍ରକାରରୁ ସ୍ପଷ୍ଟ ହେଉଛି ।

Harsh Vardhanତେବେ ହର୍ଷବର୍ଦ୍ଧନଙ୍କୁ ଗଣମାଧ୍ୟମ ପାଲଟା ପ୍ରଶ୍ନ କରିଥିଲା ଯେ ଅନେକ ରାଜ୍ୟ କେନ୍ଦ୍ରର ଏହି ଦାବି ବିରୋଧରେ ଯୁକ୍ତି ଦର୍ଶାଇଛନ୍ତି ଯେ ସମ୍ପୃକ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତମାନେ କେଉଁଠାରୁ ସଂକ୍ରମିତ ହେଲେ ସେ ନେଇ ସ୍ପଷ୍ଟତା ମିଳିପାରୁନାହିଁ । ଏବଂ ଯଦି ଜଣେ ବ୍ୟକ୍ତି କିଭଳି ଭାବେ ସଂକ୍ରମିତ ହେଲେ ତାହା କାହାରିକୁ ଜଣାନାହିଁ ତେବେ ଏହା ଗୋଷ୍ଠୀ ସଂକ୍ରମଣ ଭିନ୍ନ ଅନ୍ୟ କ’ଣ ହୋଇପାରେ । ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଜ୍ଞା ନାହିଁ ।

Harsh Vardhan

ସରକାରୀ ସ୍ତରରେ ହେଉଥିବା ସବୁ ପ୍ରକାର ଆକଳନରେ ଆମେ ସ୍ପଷ୍ଟ ଯେ ଦେଶରେ ଗୋଷ୍ଠୀ ସଂକ୍ରମଣ ଏଯାବତ୍ ହୋଇ ନାହିଁ । କରୋନା ସଂକ୍ରମଣ ମୁକାବିଲାରେ ସରକାର ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଓ ଦେଶର ଏହି ଉଦ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ଅନୁଷ୍ଠାନ ମଧ୍ୟ ପ୍ରଶଂସା କରି ସାରିଛି । ଏଣୁ ସାରା ଦେଶବାସୀ ନିଶ୍ଚିତ ରୁହନ୍ତୁ ଯେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଅନ୍ୟପକ୍ଷରେ ଭବିଷ୍ୟତର ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଖାରଜ କରିନାହାନ୍ତି । ସେ କହିଛନ୍ତି ଯେ, ସଚେତନତା କମିଲେ  ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଆମକୁ ସଚେତନ ରହିବାକୁ ପଡିବ ।

 

 

Leave a Reply