ରାଜସ୍ଥାନ ରାଜନୈତିକ ସଂକଟ ଭିତରେ ଜୟପୁର କଂଗ୍ରେସ ମୁଖ୍ୟାଳୟରୁ ହଟିଲା ପାଇଲଟଙ୍କ ଫଟୋ

Rajasthan Politics Sachin Pilots Photo Removed From State Congress Party Office

ଜୟୁପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ସଚିନ ପାଇଲଟଙ୍କ ରାଜନୈତିକ ମନ ମତାନ୍ତର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ସଚିନ ପାଇଲଟଙ୍କ ପୋଷ୍ଟରକୁ ଜୟପୁରର କଂଗ୍ରେସ କାର୍ଯ୍ୟାଳୟରୁ ହଟାଇ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜସ୍ଥାନରେ ରାଜନୈତିକ ଝଡ଼ ମଧ୍ୟରେ କଂଗ୍ରେସ ବିଧାୟକଙ୍କ ବୈଠକରେ  ସଚିନ ପାଇଲଟ ଯୋଗ ଦେଇନଥିଲେ । ଏହାର ଠିକ ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ମଧ୍ୟ ସଭାରେ ଯୋଗଦେବେ ନାହିଁ ବୋଲି ସୂତ୍ରରୁ ଜଣା ପଡିଥିଲା । ବ୍ୟକ୍ତିଗତ କାରଣରୁ ସେ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ସେ ଏ ସମ୍ପର୍କରେ ଦଳକୁ ସୂଚନା ଦେଇଥିଲେ ।

 

ଏଥି ସହ ରାଜସ୍ଥାନ ପୋଲିସ କର୍ମଚାରୀଙ୍କୁ ସ୍ୱାଧୀନ ବିଧାୟକଙ୍କ ବାସଭବନରେ ନିୟୋଜିତ କରାଯାଉଥିବାର ସୂଚନା ମିଳିଛି । ଅନ୍ୟପକ୍ଷରେ ସଚିନ ପାଇଲଟଙ୍କ ବିଦ୍ରୋହୀ ମନୋଭାବ ପରେ ରାଜସ୍ଥାନ କଂଗ୍ରେସ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କୁହାଯାଉଛି ଯେ ଦଳ ସେମାନଙ୍କୁ ବାହାରକୁ ଯିବାର ରାସ୍ତା ମଧ୍ୟ ଦେଖାଇପାରେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ରାଜସ୍ଥାନର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଉପରେ ମନ୍ତବ୍ୟ ଦେଇଛନ୍ତି । ଗଣତନ୍ତ୍ର ବିପଦରେ ଅଛି ଏବଂ ସମସ୍ତେ ଏକଜୁଟ ହୋଇ ଏହାକୁ ବଞ୍ଚାଇବା ଉଚିତ ବୋଲି ସେ ଟ୍ୱିଟ କରିଛନ୍ତି ।

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହୀ ଆଭିମୁଖ୍ୟ ମଧ୍ୟରେ ସୋମବାର ସକାଳେ କଂଗ୍ରେସ ବିଧାନସଭା ପାର୍ଟିର ବୈଠକ ପାଇଁ ଏକ ହ୍ୱିପ୍ ଜାରି କରିଛି ।  ସମସ୍ତ କଂଗ୍ରେସ ବିଧାୟକଙ୍କୁ ବିଧାନସଭା ପାର୍ଟିର ବୈଠକରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇଛି । ଯେଉଁ ବିଧାୟକ ହ୍ୱିପ୍ ଜାରି ହେବା ସତ୍ତ୍ୱେ ବିଧାୟକ ବୈଠକରେ ପହଞ୍ଚିବେ ନାହିଁ, ସେମାନଙ୍କର ସଦସ୍ୟତା ସମାପ୍ତ ହେବ ବୋଲି ଜଣାଯାଇଛି । ପାର୍ଟି ହ୍ୱିପ୍ ଉଲ୍ଲଂଘନ କଲେ ବିଧାୟକ ପଦବୀ ଚାଲିଯିବାର ନିୟମ ରହିଛି। ସକାଳ ସାଢେ ଦଶଟାରେ ବିଧାନସଭା ପାର୍ଟି ବୈଠକ ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ସଚିନ ପାଇଲଟ କେବଳ ସୋମବାର ଦିନ ହିଁ ବିଜେପିରେ ଯୋଗ ଦେଇପାରିବେ । ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବିଜେପି ଦ୍ୱାରା  ସରକାର ଭାଙ୍ଗିବା ଷଡ଼ଯନ୍ତ୍ରର ଖୁଲାସା କରିଥିଲେ । ଏହା ପରେ ସୋନିଆ ଗାନ୍ଧୀ ଆମକୁ ସନ୍ଧ୍ୟା ସୁଦ୍ଧା୧୦୯ ବିଧାୟକଙ୍କ ସହମତି ଫର୍ମରେ ଦସ୍ତଖତ କରିବାକୁ କହିଥିଲେ ।

ପାଣ୍ଡେ କହିଛନ୍ତି, ଅଶୋକ ଗହଲୋତ ସୋନିଆ ଗାନ୍ଧୀଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ । ଯଦି ଅବିନାଶ ପାଣ୍ଡେଙ୍କୁ ବିଶ୍ୱାସ କରାଯାଏ, ତେବେ ଅନ୍ୟ କିଛି ବିଧାୟକ ମଧ୍ୟ ଏହାକୁ ସମର୍ଥନ ଦେଇଛନ୍ତି । ଜୁଲାଇ ୧୩, ସକାଳ ସାଢେ ଦଶଟା ସମୟରେ ବିଧାନସଭା ଦଳର ବୈଠକ ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି । ଯେଉଁ ବିଧାୟକ ବୈଠକକୁ ଆସିବେ ନାହିଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ବିଜେପି ଉପରେ ଷଡଯନ୍ତ୍ର କରିଥିବା ଅଭିଯୋଗ

ଅବିନାଶ ପାଣ୍ଡେ କହିଛନ୍ତି, ବିଜେପି ଷଡଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ। ସମସ୍ତ କଂଗ୍ରେସ ବିଧାୟକ ଏକଜୁଟ ହୋଇଛନ୍ତି। ବିଜେପିର ଅଭିଯାନ ସଫଳ ହେବ ନାହିଁ। ବିଜେପି ପ୍ରତ୍ୟେକ ରାଜ୍ୟରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରମାନଙ୍କୁ ଅସ୍ଥିର କରୁଛି। କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି କରିବାକୁ ବିଜେପି ଚାହୁଁଛି, କିନ୍ତୁ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ।

ଏଥି ସହିତ ହ୍ୱିପ୍ ମାଧ୍ୟମରେ ସଚିନ ପାଇଲଟ ଏବଂ ସମର୍ଥକ ବିଧାୟକମାନଙ୍କ ଉପରେ ଚାପକୁ ଜୋରଦାର କରିବାକୁ ଚେଷ୍ଟା ହୋଇଥିଲା ।  ବିଧାନସଭା ଦଳର ବୈଠକ ପାଇଁ ହ୍ୱିପ୍ ଜାରି କରିବା ଏକ ସାଧାରଣ କଥା  । ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଚାପ ଦେବା ପାଇଁ ଏହା ରଣନୀତି ଭାବରେ ଦେଖାଯାଉଛି।

(ଅନୁରାଧା)

Leave a Reply