ଗାଡ଼ି ନେଇ ବଜାର କରିବାକୁ ଯାଇପାରିବେନି ଜନସାଧାରଣ : ବାଗ୍‌ଚୀ

ଭୁବନେଶ୍ୱର: ବିଶ୍ୱ ସଂକ୍ରମଣ ତାଲିକାରେ ଭାରତର ସ୍ଥାନ ୨୮ ଏବଂ ଓଡିଶା ଦେଶର ୧୯ ତମ ସଂକ୍ରମିତ ରାଜ୍ୟ । ତେଣୁ ଏବେ ଆଉ କୈାଣସି ପ୍ରକାର କୋହଳ ମନୋଭାବ ପୋଷଣ କରାଯିବନି । ଆଜି ଏଭଳି ଚେତାବନୀ ଦେଇଛନ୍ତି କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଥିସହିତ ସାମ୍ପ୍ରଦାୟିକ ସଦଭାବନା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ଦୋହରାଇଛନ୍ତି ବାଗ୍‌ଚୀ । ଭକ୍ତ ସାଲବେଗଙ୍କ ଉଦାହାରଣ ଦେଇ ସେ କହିଛନ୍ତି ଯେ, ଓଡିଶା ସାମ୍ପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ । ଓଡିଶା ସାମ୍ପ୍ରଦାୟିକ ସମନ୍ୱୟର ତୀର୍ଥସ୍ଥଳୀ । ଏଠି ମାନବ ଧର୍ମ ହିଁ ଏକମାତ୍ର ଧର୍ମ । ତେଣୁ ଲୋକେ କୈାଣସି ପ୍ରକାର ସାମ୍ପ୍ରଦାୟିକ ସ୍ଥିତି ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ହୋଲସେଲ୍ ମାର୍କେଟକୁ ସିଧାସଳଖ ଯାଇ ଗ୍ରାହକ ସଉଦା କିଣିପାରିବେନି । କିନ୍ତୁ ଖୁଚୁରା ବ୍ୟବସାୟୀ ହୋଲସେଲ୍‌ ମାର୍କେଟକୁ ଯାଇପାରିବେ । ଜନସାଧାରଣ ନିଜ ଘର ନକଟସ୍ଥ ଦୋକାନରୁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଯାଇପାରିବେ । ଏଥିପାଇଁ ସେମାନେ ଚାଲି ଚାଲି କିମ୍ୱା ସାଇକେଲ୍ ନେଇ ଯାଇପାରିବେ କିନ୍ତୁ  ଗାଡ଼ି କିମ୍ୱା କାର୍‌ ବ୍ୟବହାର କରିପାରିବେନି ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

Leave a Reply