ଅଭିନେତ୍ରୀ ନୁହେଁ ବରଂ IAS ହେବାକୁ ଚାହୁଁଥିଲେ ବଲିଉଡ଼ର ଏହି ଅଭିନେତ୍ରୀ

1 min read

ମୁମ୍ବାଇ: ବଲିଉଡ ଷ୍ଟାର ହେବା ସହଜ କଥା ନୁହେଁ । କାରଣ ବଲିଉଡ଼ ଷ୍ଟାର ହେବାକୁ ହେଲେ କାହିଁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ । ତାପରେ ହିଁ କିଏ ଜଣେ ସଫଳ ବଲିଉଡ ଷ୍ଟାର ଟ୍ୟାଗ ପାଇବାକୁ ସଫଳ ହୋଇାପାରେ । ଏହାପରେ ପ୍ରଶଂସକଙ୍କ ପାଇଁ ଆଦର୍ଶ ପାଲଟି ଯାଆନ୍ତି । ପ୍ରଶଂସକମାନେ ଭାବନ୍ତି ଷ୍ଟାର ମାନେ ସେମାନଙ୍କ ପ୍ରତ୍ୟେକ ସ୍ୱପ୍ନ ପୂରଣ କରିଥାନ୍ତି । କିନ୍ତୁ ଏମିତି ବି ଷ୍ଟାର ଅଛନ୍ତି ଯେଉଁମାନଙ୍କ ସ୍ୱପ୍ନ ବଲିଉଡ଼ରେ ଏଣ୍ଟ୍ରିମାରିବା ପରେ ଅଧାରେ ରହିଯାଇଛି । ଆଉ ସେମାନଙ୍କ ମଧ୍ୟରୁ ୟାମି ଗୌତମ ଜଣେ । ଆଜି ହେଉଛି ୟାମି ଗୌତମଙ୍କ ୩୨ତମ ଜନ୍ମଦିନ ଏହି ଅବସରରେ ଜାଣନ୍ତୁ ତାଙ୍କ ଅଧା ଥିବା ସ୍ୱପ୍ନ ବିଷୟରେ ।

ଆପଣଙ୍କୁ ଭିତରେ ଅନେକ ଲୋକ ଥିବେ ଯେଉଁମାନେ IAS ହେବାକୁ ଚାହାଁନ୍ତି  । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲିଉଡ ଅଭିନେତ୍ରୀ ୟାମି ମଧ୍ୟ ଏମିତି ଏକ ସ୍ୱପ୍ନ ଦେଖିଥିଲେ। ୟାମି ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ, କିନ୍ତୁ ହୁଏତ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ୟାମିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କିଛି ଫିଲ୍ମ ଠାରୁ କମ୍ ନୁହେଁ । ସେ ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଲାସପୁରରେ ଜନ୍ମଗ୍ରହଣ କରିଥିଲେ। ୟାମିଙ୍କ ବାପା ମୁକେଶ ଗୌତମ ଜଣେ ପଞ୍ଜାବୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଆଉ ତାଙ୍କ ମାତାଙ୍କ ନାମ ଅଞ୍ଜଲି ଗୌତମ ।

ୟାମିଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି, ଯାହାର ନାମ ସୁରିଲି ଗୌତମ । ସୁରିଲି ପଞ୍ଜାବୀ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀ । ସେ ଫିଲ୍ମ ପଞ୍ଜାବୀ ‘ପାୱାର କଟ୍’ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।

ଆଉ ଆଜି ସେ ପାଞ୍ଜାବର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ୟାମି ଗୌତମ ପିଲାଦିନରୁ IAS ହେବାର ସ୍ୱପ୍ନ ଦେଖୁଥିଲେ । ଏହି ସ୍ୱପ୍ନ ତାଙ୍କ ବାପାଙ୍କର ମଧ୍ୟ ଥିଲା । ତେଣୁ ସେ ବିଦ୍ୟାଳୟରେ ତାଙ୍କ ପାଠପଢା ସାରିବା ପରେ ସେ ଆଇନ ପାଠ ପଢିଲେ । ଯାହା ପରେ ସେ IASରେ ଯୋଗ ଦେଇ ପାରିବେ । କିନ୍ତୁ ଏହି ସମୟରେ ସେ ଅଭିନୟ ପାଇଁ ଅଫର ପାଇବାକୁ ଲାଗିଲେ ।

ୟାମି ହିନ୍ଦୀ ସହ କନ୍ନଡ ସିନେମାରେ ମଧ୍ୟ କାମ କରିଛନ୍ତି । ସେ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର କନ୍ନଡ ଭାଷା ଚଳଚ୍ଚିତ୍ର ‘ଉଲାସା ଉତ୍ସାହ’ରୁ ଆରମ୍ଭ କରିଥିଲେ । ଏହା ବ୍ୟତୀତ ୟାମି ପଞ୍ଜାବୀ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଯଦିଓ ୟାମି ତାଙ୍କ ଚଳଚ୍ଚିତ୍ର ପାଇଁ ଜଣାଶୁଣା, କିନ୍ତୁ ସେ ଛୋଟ ପରଦାରେ ମଧ୍ୟ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଏକ ହିନ୍ଦି ସିରିଏଲ ‘ଚାନ୍ଦ କେ ପାର୍ ଚଲୋ’ରେ କାମ କରିଥିଲେ । ଏହା ପରେ ସେ ‘ରାଜକୁମାର ଆର୍ୟନ’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଥିଲେ ।

କଲର୍ସ ଚ୍ୟାନେଲରେ ଆସିଥିବା ସିରିଏଲ ‘ୟେ ପ୍ୟାର ନା ହୋଗା କମ’ ଦ୍ୱାରା ୟାମି ଟିଭି ଇଣ୍ଡଷ୍ଟ୍ରିରେ ପରିଚିତ ହୋଇଥିଲେ । ଏହା ବ୍ୟତୀତ ୟାମି ରିଆଲିଟି ସୋ ‘ମିଠି ଛୁରୀ ନମ୍ବର ୱାନ୍’ ଏବଂ ‘କିଚେନ୍ ଚାମ୍ପିଅନ୍ ସିଜନ୍ ୧’ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରୁଥିବା ୟାମି କୌଣସି ଫିଲ୍ମରୁ ନୁହେଁ, ବରଂ ଟେଲିଭିଜନର ଏକ ବିଜ୍ଞାପନ ପାଇଁ ଘରେ ଘରେ ପରିଚିତ କରାଇଛି । ୟାମି ଦୀର୍ଘ ଦିନ ଧରି ଫେୟାର ଆଣ୍ଡ ଲଭଲି କ୍ରିମର ବିଜ୍ଞାପନରେ ନଜର ଆସୁଛନ୍ତି । ଏହି ବିୟୁଟି କ୍ରିମର ବିଜ୍ଞାପନ ହେତୁ ୟାମି ସୋସିଆଲ ମିଡିଆରେ ଅନେକ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି । ଏବେ ସେ ଫେୟାର ଏବଂ ଲଭଲି ଗାର୍ଲ ନାମରେ ପରିଚିତ ।

ସୂଚନା ଅନୁସାରେ, ଏବେ ୟାମି ଫିଲ୍ମ ‘ଭୁତ ପୋଲିସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ସୈଫ ଅଲି ଖାନ, ଅର୍ଜୁନ କପୁର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ନଜର ଆସିବେ। ୟାମିଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ଚଳଚ୍ଚିତ୍ର ଗିନି ୱେଡ୍ସ ସନିରେ ଦେଖିବାକୁ ମିଳିଥିଲା ​ ।

Leave a Reply