ସୁଦୃଢ଼ ହେଲା ହୋମ୍ ଆଇସୋଲେସନ୍ ଏବଂ ପେଡ୍ ଆଇସୋଲେସନ୍ ସେବା

1 min read
Low Risk Building, No Approval Needed From BDA

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍ ଓ ପେଡ୍ ଆଇସୋଲେସନରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ଏସଓପି ଜାରି କଲା ବିଏମସି । ଦିନକୁ ଦିନ ହୋମ୍ ଆଇସୋଲେସନ୍ ଓ ପେଡ୍ ଆଇସୋଲେସନ୍ ବଢିବା ନଜର ଆସିବା ପରେ, ଏହି ବ୍ୟକ୍ତିମାନଙ୍କୁ କିପରି ନଜରରେ ରଖିହେବ ଏବଂ ସେମାନଙ୍କର ସମସ୍ୟାର ଯଥାବିଧି ସମାଧାନ କରିହେବ ସେଥିପାଇଁ ପଦକ୍ଷେପ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏହାଦ୍ୱାରା ଏକ ବ୍ୟବସ୍ଥିତ ଢଙ୍ଗରେ ୨୪ ଘଣ୍ଟା ଆଇସୋଲେସନ୍‌ରେ ଥିବା ବ୍ୟକ୍ତିବିଶେଷ ଫୋନ୍ ଯୋଗେ ନିଜର ସ୍ଥିତି ଜଣାଇବା ସହିତ ଡାକ୍ତରୀ ପରାମର୍ଶ ଓ ସରକାରଙ୍କ ଠାରେ ଉପଲବ୍ଧ ଆବଶ୍ୟକୀୟ ଚିକିତ୍ସା ସେବା ପାଇପାରିବେ । ଏନେଇ ନିର୍ଦ୍ଦେଶାବଳୀ ଜାରି ହୋଇଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ହୋମ୍ ଏବଂ ପେଡ୍ ଆଇସୋଲେସନରେ ଲକ୍ଷଣବିହୀନ ଏବଂ କମ୍ ଲକ୍ଷଣଯୁକ୍ତ କୋଭିଡ୍-୧୯ ପଜିଟିଭ୍ ବ୍ୟକ୍ତି ରହୁଛନ୍ତି । ସମୟରୁ ସମୟ ସେମାନଙ୍କ ସ୍ଥିତି ଜାଣିବା ଏବଂ ସେମାନଙ୍କୁ ଅବସ୍ଥା ଅନୁଯାୟୀ ପରାମର୍ଶ ଏବଂ ସେବା ଯୋଗାଇ ପାରିଲେ ଅନେକ ପଜିଟିଭ୍ ବ୍ୟକ୍ତି ସୁସ୍ଥ ହେବା ସହିତ ହୋମ୍ ଆଇସୋଲେସନ ବ୍ୟବସ୍ଥା ସୁଦୃଢ ହେବବୋଲି ବିଏମ୍‌ସି ତରଫରୁ କୁହାଯାଇଛି ।

କେଉଁ ବ୍ୟକ୍ତି କେତେ ଦିନ ରହିଲେଣି, ସେମାନଙ୍କର ଅବସ୍ଥା ଅନୁଯାୟୀ ତାଙ୍କର କ’ଣ ଆବଶ୍ୟକ । ସରକାରୀ ସେବା ବ୍ୟବସ୍ଥାରେ ତାଙ୍କୁ କିପରି ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇପାରିବ । ତାହାର ଏକ ନିୟମିତ ସମୀକ୍ଷା ଓ ପରାମର୍ଶ ସେବା ଏହି ନିର୍ଦ୍ଦେଶାବଳିରେ ରହିଛି ।

ନିଜର ଆବଶ୍ୟକତା, ସମସ୍ୟା ଏବଂ ପରାମର୍ଶ ଆବଶ୍ୟକତାକୁ ଆଇସୋଲେସନ୍‌ରେ ଥିବା ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଫୋନ୍ ନମ୍ବର ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ରେ ଜଣାଇ ପାରିବେ । ଏହି ସେବା ଦିବାରାତ୍ର ୨୪ ଘଣ୍ଟା ଉପଲବ୍ଧ ହେବ । ବ୍ୟକ୍ତିବିଶେଷଙ୍କ ଫୋନର ଉତ୍ତର ଦେବାପାଇଁ ଜଣେ ଆୟୁଷ ଡାକ୍ତର ଏବଂ ସହାୟକଙ୍କୁ ମହଜୁଦ ରଖାଯାଇଛି ।

corona

ସମୁଦାୟ ତିନୋଟି ସିପ୍ଟିଂରେ ଏହି ସେବା ଯୋଗାଇଦେବାକୁ ସମ୍ପୃକ୍ତ ଆୟୁଷ ଡାକ୍ତର ଏବଂ ତାଙ୍କର ସହାୟକ ଡାଟା ଏଣ୍ଟ୍ରି ଅପରେଟର ସଜାଗ ରହିବାକୁ କୁହାଯାଇଛି । ସମ୍ପୃକ୍ତ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କୁ କେଉଁ ହସ୍ପିଟାଲ୍ ବା ସେବା ବ୍ୟବସ୍ଥାକୁ ନେବାକୁ ହେବ । ତାଙ୍କର ପରିବାର ସହିତ ଆଲୋଚନା କରି ଦାୟିତ୍ୱରେ ଥିବା ଡାକ୍ତର ତାହାର ସୂଚନା ସିପ୍ଟିଂ ଦାୟିତ୍ୱରେ ଥିବା ଏବଂ ହସ୍ପିଟାଲ୍ ଓ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ । ଫଳରେ ଜଟିଳ ଅବସ୍ଥାକୁ ଯାଉଥିବା ବ୍ୟକ୍ତିଙ୍କୁ ଉଚିତ୍ ସମୟରେ ଆବଶ୍ୟକୀୟ ସରକାରୀ ସେବା ବ୍ୟବସ୍ଥାକୁ ପଠାଯାଇପାରିବ ।

ସୂଚନାଯୋଗ୍ୟ, ଆଇସୋଲେସନ୍ ରୋଗୀଙ୍କ ଜଟିଳତା ଅନୁଯାୟୀ ତାଙ୍କୁ କୌଣସି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେବାପାଇଁ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରହିଛି । ଏହାର ପୁଙ୍ଖାନୁପୁଙ୍ଖ ପଞ୍ଜିକରଣ କରାଯିବା, କେଉଁ ବ୍ୟକ୍ତିଙ୍କୁ କେଉଁଠିକୁ ସିଫ୍ଟ କରାଗଲା ତାହାର ସବିଶେଷ ବିବରଣୀ ରଖିବା ଏବଂ ଶେଷରେ ହୋମ୍ ଆଇସୋଲେସନ୍‌ରେ ଥିବା  ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରିବାର ନିର୍ଦ୍ଦେଶାବଳୀ ଧାର୍ଯ୍ୟ ରହିଛି ।

କିଛି ଦିନ ମଧ୍ୟରେ ହୋମ୍ ଆଇସୋଲେସନ୍ ଅଧିକ ହୋଇ ନିୟମିତ ସମୀକ୍ଷା ଏବଂ ଆର୍ ଆର୍ ଟି ଟିମ୍‌ଙ୍କ ସହଯୋଗରେ ଏହା ଦୃଢ ହେବାରେ ଲାଗିଛି । ଏଥିପାଇଁ ମଧ୍ୟ ନିକଟରେ ପ୍ରତି ଜୋନ୍‌କୁ ଅଧିକ ୭ଟି ଲେଖାଏଁ ଆର୍ ଆର୍ ଟି ଟିମର ବ୍ୟବସ୍ଥା କରାଯାଇଛି । ହୋମ୍‌ ଓ ପେଡ୍ ଆଇସୋଲେସନ୍ ଦୃଢରୁ ସୁଦୃଢ ହେଲେ ରୋଗଭାର କମିବା ସହିତ ନାଗରିକ ଓ ପରିବାର ବର୍ଗଙ୍କ ଆଶଙ୍କା ବ୍ୟାପକ ହୋଇ ସହରର ଉତ୍ପାଦନ କ୍ଷମତା ବଢିବ ବୋଲି ଆଶାପୋଷଣ କରିଛି ବିଏମସି ।

Leave a Reply