ସାମାଜିକ ଦୂରତାକୁ ମାନୁ ନାହାନ୍ତି ଲୋକ, ବଜାରରେ ହଜୁଛି ସତର୍କତା

1 min read

ଭୁବନେଶ୍ୱର: ରାଜଧାନୀରେ ସଂକ୍ରମଣ ବଢୁଛି କିନ୍ତୁ ଲୋକ ଏହାକୁ ହାଲୁକାରେ ନେଉଛନ୍ତି । ସାମାଜିକ ଦୂରତାକୁ ଭୁଲିଯାଇ ବଜାରଘାଟରେ ଗହଳି କରୁଛନ୍ତି । ଯାହାର ଫଳ ହେଉଛି ଭୁବନେଶ୍ୱରରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ସଂକ୍ରମଣ ବୃଦ୍ଧି ପାଇଁ ଲୋକଙ୍କ ଅସତର୍କତାକୁ ଦାୟୀ କରି ଏଭଳି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟରେ ଶନିବାର ଦିନ ପ୍ରେମାନନ୍ଦ ଚୌଧୁରୀ ଏହା କହିଛନ୍ତି ।  ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୬୧୪ କରୋନା କେସ ଚିହ୍ନଟ ହୋଇଛନ୍ତି  । ସେଥିମଧ୍ୟରୁ ୩୧୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଭୁବନେଶ୍ୱରରେ ୩୧୭ ଜଣେ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

୧୦ ଦିନରେ ୩୧୦

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଭୁବନେଶ୍ୱରରେ ଗତ ୧୦ ଦିନରେ ୩୧୦ ଜଣ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ ଜଣ କୌଣସି ନା କୌଣସି ହସ୍ପିଟାଲ ସଂସ୍ପର୍ଶରେ ଆସି ସଂକ୍ରମିତ ରହିଛନ୍ତି । ୨୧୨ ଜଣ ଡ଼ାଇରେକ୍ଟ ପଜିଟିଭ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୩୭ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ତେବେ କରୋନା ବିରୁଦ୍ଧରେ ଆମେ ପୁରା ସଚେତନ ରହିଛୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଉଛୁ ବୋଲି  ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି ।

ବସ୍ତି ଉପରେ ନଜର : ହୋମ କ୍ୱାରେଣ୍ଟାଇନ୍ ବନ୍ଦ

ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେଉଁ ଷ୍ଟ୍ରାଟେଜି ଆପଣା ଯାଇଛି ସେ ବାବଦରେ ମଧ୍ୟ ବିଏମସି କମିଶନର ସୂଚନା ଦେଇଥିଲେ ।  ସବୁ ବସ୍ତିରେ ଥିବା ସ୍ଲମ୍‌ କମ୍ୟୁନିଟିକୁ ଆକ୍ଟିଭ କରାଯାଇଛି । ବସ୍ତି ଅଞ୍ଚଳରେ ଏପର୍ଯ୍ୟନ୍ତ ଘରକୁ ଘର ବୁଲି ହାଉସ ସର୍ଭିଲାନ୍ସ କରାଯାଉଛି । ଯଦି ସର୍ଭିଲାନ୍ସରେ କେହି କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଉଛି ତାକୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖାଯାଉଛି । ତାପରେ ସେମାନଙ୍କର ଟେଷ୍ଟିଂ କରାଯାଉଛି । ଏବେ ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ପୁରା ବାରଣ କରାଯାଇଛି ।

ସଫଳତା ଲୋକଙ୍କ ପାଇଁ ମିିଳିଛି

ଭୁବନେଶ୍ୱରରେ ଆଜି ଯାହାବି ସଫଳ ମିଳିଛି କେବଳ ଲୋକଙ୍କ ସହାୟତା ପାଇଁ । ବିଏମ୍‌ସିର ଏଭଳି ସଫଳତା କେବଳ ସାଧାରଣ ଲୋକମାନଙ୍କ ସହାୟତା ପାଇଁ ପାଇଛି । ଓ୍ୱାର୍ଡ଼ ସଚେତକ କମିଟିରେ ନିଜ ଇଚ୍ଛାରେ ବହୁତ ଲୋକ ଆସିଛନ୍ତି । ହୋମ କ୍ୱାରେଣ୍ଟାଇନରେ ଥିବା ଲୋକମାନଙ୍କ ଉପରେ ପୁରା ନଜର ରଖୁଛନ୍ତି, ଯାହାଫଳରେ ବିଏମ୍‌ସିକୁ ବହୁତ ସୁବିଧା ହେଉଛି । କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳୀନ ସେବା ପାଇଁ ନିଜ ଇଛାରେ ଲୋକେ ଆସିଛନ୍ତି ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ । RWA, ପୂଜା କମିଟି, ଏନଜିଓ ଏବଂ ବିଭିନ୍ନ ପ୍ରକାରର ଆକ୍ଟିଭ ସଂସ୍ଥା ଆମକୁ ବହୁତ ସାହାଯ୍ୟ କରିଛନ୍ତି ।

ତଥାପି ସାମାଜିକ ଦୂରତାକୁ ମାନୁ ନାହାନ୍ତି ଲୋକ

ବିଏମସି କମିଶନର ସଫଳତାର ଶ୍ରେୟ ସାଧାରଣ ଲୋକଙ୍କୁ ଦେଇଛନ୍ତି ସତ କିନ୍ତୁ ଏହା ସହ କିଛି ଲୋକ ସାମାଜିକ ଦୂରତାକୁ ମାନୁ ନାହାନ୍ତି ବୋଲି କହିଛନ୍ତି । ଯେଉଁଥିପାଇଁ ବିଏମ୍‌ସି ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି ।  କିଛି ଲୋକ ସବୁବେଳେ ସାମାଜିକ ଦୂରତାକୁ ଅବହେଳା କରୁଛନ୍ତି  । ଯାହା ଫଳରେ ଦିନକୁ ଦିନ ଅଧିକ ପରିମାଣରେ ଲୋକାଲ କଣ୍ଟାକ୍ଟ ଆସିବାରେ ଲାଗୁଛି ।

 

ସରକାରଙ୍କର ବାରମ୍ବାର ଅନୁରୋଧ ପରେ ମଧ୍ୟ ସାମାଜିକ ଦୂରତାକୁ ଅବହେଳା କରାଯାଉଛି  । ସାମାଜିକ ଦୂରତା ହେଉଛି ସଚେତନ ଲୋକ ମାନଙ୍କର କର୍ତ୍ତବ୍ୟ କିନ୍ତୁ ଏହାକୁ ପାଳନ କରୁନାହାନ୍ତି । ମାର୍କେଟକୁ ପୁରା ସଟଡାଉନ ମଧ୍ୟ କରାଯାଉଛି ତଥାପି ସୁଧୁରୁ ନାହାନ୍ତି ଲୋକେ । ସେଥିପାଇଁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ମାନିବାକୁ ସରକାରଙ୍କ ତରଫରୁ ଅନୁରୋଧ କରିଛନ୍ତି ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

Leave a Reply