ହତ୍ୟାକାଣ୍ଡକୁ ନେଇ ଉତ୍‌କ୍ଷୀପ୍ତ ଲୋକେ: ପିସିଆର ଭ୍ୟାନ୍‌ରେ ବସିଥିବା ଅଭିଯୁକ୍ତଙ୍କୁ ନିର୍ଦ୍ଧୁମ ପିଟିଲେ

1 min read

ଭୁବନେଶ୍ୱର: ରାଜଧାନୀର ସିଆରପି ଛକରେ ହତ୍ୟାକଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ହତ୍ୟାକାଣ୍ଡ ଭିଆଇଥିବାବେଳେ ଏହାକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ପୋଲିସ କାବୁ କରି ପିସିଆର ଭ୍ୟାନ୍ ମାଧ୍ୟମରେ ଥାନାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଭ୍ୟାନ୍‌ ଚାରିପଟେ ଘେରିଯାଇଥିଲେ । ଏବଂ ପିସିଆର ଭ୍ୟାନ୍ ଭିତରେ ବସିଥିବା ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ମିଳିଥିବା ସୂଚନା ପ୍ରକାରେ କିଛି ଦୁର୍ବୃତ୍ତ ଓଡ଼ି ୦୨ ବିଏନ୍ ୧୨୩୧ ଗାଡ଼ିରେ ଆସିଥିଲେ । ଏବଂ ସିଆରପି ଛକ ନିକଟରେ  ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଏଥିରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସାଲିଆ  ସାହିର ହୋଇଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ଏବଂ ପାରିବାରିକ କାରଣରୁ ହତ୍ୟାକାଣ୍ଡ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ମୃତ ଯୁବକଙ୍କୁ ହତ୍ୟା କରିବାକୁ ଦୁର୍ବୃତ୍ତମାନେ ଗୋଡ଼ାଉ ଥିବା ବେଳେ ଉପସ୍ଥିତ ଲୋକେ ଦୁର୍ବୃତ୍ତଙ୍କ ଉପରକୁ ପଥର ମାଡ଼ କରି ସେମାନଙ୍କୁ ଆକ୍ରମଣରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଏଥିରେ ଥମିନଥିଲେ ଏବଂ ଯୁବକଙ୍କୁ ଛୁରିରେ ବାରମ୍ୱାର ଆକ୍ରମଣ କରିଥିଲେ ।

https://www.youtube.com/watch?v=bFu1WB_Akgg

Leave a Reply