ଦୂର୍ଗା ପୂଜାରେ ପାନର ମହତ୍ତ୍ୱ, କାହିଁକି ପ୍ରସାଦରେ ପାନ ରଖିବା ଜରୁରୀ

ସନାତନ ଧର୍ମରେ ପୂଜା କରିବା ସମୟରେ ରହିଥିବା ନିୟମକୁ ପାଳନ କରିବା ଅନିର୍ବାଯ୍ୟ ବୋଲି କୁହାଯାଏ । ପୂଜାର ସମସ୍ତ ବିଧି ଏବଂ ସାମଗ୍ରୀ ରହିଥିବା ଆବଶ୍ୟକ ମଧ୍ୟ । ଏହି ପୂଜା ସାମଗ୍ରୀ ମଧ୍ୟରେ ଏକ ବିଶେଷ ଦ୍ରବ୍ୟ ହେଉଛି ପାନ । ଏହାକୁ ସଂସ୍କୃତ ଭାଷାରେ ତାମ୍ବୁଳ ବୋଲି କୁହାଯାଏ । ସ୍କନ୍ଦ ପୁରାଣରେ ମଧ୍ୟ ଏହା ବିଷୟରେ ବର୍ଣ୍ଣନା କରାଯାଇଛି । ସମୂଦ୍ର ମନ୍ଥନ ସମୟରେ ପାନକୁ ବ୍ୟବହାର କରାଯାଇଥିଲା ବୋଲି ମାନ୍ୟତା ରହିଛି । ସେହିଦିନଠାରୁ ପାନକୁ ପୂଜାରେ ବ୍ୟବହାର କରାଯାଉଛି ।

ଦେବୀ ଭାଗବତ, ମାର୍କଣ୍ଡେୟ ଏବଂ ସ୍କନ୍ଦ ପୁରାଣରେ ଦେବୀ କାତ୍ୟାୟନୀଙ୍କ କଥା ଉଲ୍ଲେଖ ରହିଛି । ଋଷି କାତ୍ୟାୟନ ମାତାଙ୍କ ଭକ୍ତ ଥିଲେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ପୁରାଣ ଅନୁସାରେ ତାଙ୍କର କେହି ସନ୍ତାନ ନଥିଲେ । ସେ ମାତାଙ୍କୁ ତପସ୍ୟା କଲେ ଏବଂ ବରଦାନ ମାଗିଲେଯେ ଆପଣ ମୋତେ ପୂତ୍ରୀ ରୂପରେ ପ୍ରାପ୍ତ ହୁଅନ୍ତୁ । ଏହି ମଧ୍ୟରେ ମହିଷାସୁରର ଅତ୍ୟାଚାର ବଢିବାକୁ ଲାଗିଲା । ସେ ଦେବତାମାନଙ୍କୁ ସ୍ୱର୍ଗରୁ ମଧ୍ୟ ବାହାର କରିଦେଲା । ଦେବତାଙ୍କ କ୍ରୋଧରେ ଏକ ଶକ୍ତି ପ୍ରକଟ ହେଲା, ଯିଏ ଥିଲେ ଜଣେ କନ୍ୟା । ସେହି ଶକ୍ତି ଋଷି କାତ୍ୟାୟନଙ୍କ ଘରେ ପୂତ୍ରୀ ରୂପରେ ଜନ୍ମ ନେଲେ । ବରଦାନ କାରଣରୁ ମାତା ହିଁ ପୂତ୍ରୀ ରୂପରେ ଜନ୍ମ ନେଇଛନ୍ତି ବୋଲି ଋଷି ଜାଣିବାକୁ ପାଇଲେ । ଋଷି ଦେବୀଙ୍କର ପ୍ରଥମ ପୂଜା କଲେ ଏବଂ ଦେବୀ କାତ୍ୟାୟନ ଋଷିଙ୍କ ପୂତ୍ରୀ ହୋଇଥିବାରୁ କାତ୍ୟାୟନ ଭାବରେ ପରିଚିତ ହେଲେ । ତେବେ ଦେବୀ କାତ୍ୟାୟନୀଙ୍କ ଜନ୍ମ ହେବାର ମୁଖ୍ୟ ଲକ୍ଷ୍ୟ ଥିଲା ମହିଷାସୁରକୁ ବଧ କରିବା । ଆଶ୍ୱିନ ଶୁକ୍ଳ ନବମୀ ତିଥି ଦିନ ଋଷିଙ୍କ ଦ୍ୱାରା ପୂଜା ହେବାପରେ ଦେବୀ କହିଲେ କି, ମହିଷାସୁରକୁ ବଦ୍ଧ କରିବା ପାଇଁ ସେ ପ୍ରକଟ ହୋଇଛନ୍ତି । ଏହାପରେ ଦେବୀ ନବମୀ ଏବଂ ଦଶମୀ ତିଥିରେ ମହିଷାସୁର ସହିତ ଯୁଦ୍ଧ କଲେ । ଦଶମୀ ତିଥିରେ ଦେବୀ ମହୁ ସହିତ ପାନ ଖାଇ ମହିଷାସୁରକୁ ବଦ୍ଧ କଲେ । ଏହାପରେ ଦେବୀ କାତ୍ୟାୟନୀ ମହିଷାସୁରମର୍ଦ୍ଦିନୀ ଭାବରେ ପରିଚିତ ହେଲେ ।

ପୂଜା ସମୟରେ ପାନପତ୍ର ରଖିବା ଅତ୍ୟନ୍ତ ଶୁଭଦାୟକ । ଧ୍ୟାନ ରଖିବେ ଯେପରି ପାନପତ୍ର ସହିତ ଗୁଜୁରାତି,ଲବଙ୍ଗ,ଗୁଲକନ୍ଦ ଆଦି ଯେପରି ଅର୍ପଣ କରାଯାଏ । ଏହିଭଳି ପ୍ରସ୍ତୁତ କରି ଦାବୀଙ୍କୁ ପାନ ଚଢାଇବା ଦ୍ୱାରା ମା ପ୍ରସନ୍ନ ହୁଅନ୍ତି ଏବଂ ଜୀବନରେ ସୁଖ ସମୃଦ୍ଧି ବଢିଯାଏ ବୋଲି ବିଶ୍ୱାସ ରହିଛି । ପାନରେ ଯଦି ଛିଦ୍ର ଆଦି ଥାଏ ତେବେ ତାହାକୁ ମା’ଙ୍କୁ ଅର୍ପଣ କରିବା ଅନୁଚିତ୍‌ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ବାରମ୍ବାର ବାଣିଜ୍ୟରେ କ୍ଷତି ଘଟୁଛି ତେବେ ଦେବୀ ଭଗବତୀଙ୍କୁ ପାନବିଡ଼ା ଅର୍ପଣ କରନ୍ତୁ । ଏହାପରେ ଦେବୀଙ୍କୁ ନିଜ ସମସ୍ୟା ଜଣାଇ ୯ ଜଣ ବାଳିକାଙ୍କୁ ମିଠାପାନ ଖୁଆନ୍ତୁ । ଧ୍ୟାନ ରଖିବେ ଯେପରି କାହାର ଅନିଷ୍ଟ ନଚାହାଁନ୍ତି ।

ପ୍ରଭୁ ଶିବଙ୍କୁ ପାନ ବେଶ୍‌ପସନ୍ଦ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ଉପରେ କୌଣସି ସୋମବାରକୁ ବା ଶ୍ରାବଶ ମାସ ସୋମବାରରେ ପାନବିଡ଼ା ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି ।

Leave a Reply