୧୦,୦୦୦ ଟଙ୍କାଠାରୁ ବି କମ୍ ଦାମର ସ୍ମାର୍ଟଫୋନ ଯାହାର ରହିଛି ୬୦୦୦ mAh ବ୍ୟାଟେରୀ

1 min read

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଫିଚର୍ସ ବିଷୟରେ କହିବାକୁ ଗଲେ ଗ୍ରାହକ ସବୁଠୁ ଅଧିକ ଡିମାଣ୍ଡ କରନ୍ତି କ୍ୟାମେରା ଏବଂ ବ୍ୟଟେରୀ ବାବଦରେ । ପୂର୍ବ କିଛି ବର୍ଷ ହେବ ସ୍ମାର୍ଟଫୋନ ଗୁଡ଼ିକ ବଦଳିବାରେ ଲାଗିଛି ।  ବର୍ତ୍ତମାନ ସ୍ମାର୍ଟଫୋନ କମ୍ପାନୀ ଫୋନ ଗୁଡ଼ିକୁ ରିୟର କ୍ୟାମେରା, ଡୁଆଲ ସେଲଫି କ୍ୟାମେରା, ଓଲେଡ ଡିସପ୍ଲେ, ଫିଙ୍ଗରପ୍ରିଣ୍ଟ ସେନସର, ପପ୍ ଅପ୍ କ୍ୟାମେରା ଏବଂ ଫାଷ୍ଟ ଚାର୍ଜଂ ସହିତ ଅଧିକ ବ୍ୟାଟେରୀ ଭଳି ଫିଚର୍ସ ଉପଲବ୍ଧ କରାଉଛି ।

Tecno Spark 6 Air: ୭,୬୭୫ ଟଙ୍କା

Tecno Spark 6 Air ରେ ୭ ଲଞ୍ଚର ଡିସପ୍ଲେ ରହିଛି ଯାହାର ରିଜଲ୍ୟୁସନ ୧୬୪୦ x ୭୨୦ ପିକ୍ସେଲ ରହିଛି । ଫୋନରେ ଡୁଆଲ ସିମ ସପୋର୍ଟ ରହିଥିବାବେଳେ ଏହା ଆଣ୍ଡରଏଡ Q10ରେ ଚାଲିଥାଏ । ଫୋନରେ ୨ ଗୀଗାହର୍ଟଜ କ୍ୱାଡ କୋର ପ୍ରୋସେସର ଦିଆଯାଇଛି । ୨ ଜିବି ରାମ ଏବଂ ୩୨ ଜିବି ଅନବିଲ୍ଟ ଷ୍ଟୋରେଜ ମଧ୍ୟ ଦିଆଯାଇଛି ।  ଫୋନରେ ୧୩ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସହ ହ୍ୟାଣ୍ଡସେଟକୁ ପାୱାର ଦେବା ପାଇଁ ୬୦୦୦ ମେଗାୱାଟ ବ୍ୟଟେରୀ ଦିଆଯାଇଛି ।

Infinix Smart 4 Plus: ୭,୯୯୯ ଟଙ୍କା

Infinix Smart 4 Plus ରେ ୬୦୦୦ ମେଗାୱାଟ ବ୍ୟାଟେରୀ ଦିଆଯାଇଛି । ୩ ଜିବି ରାମ ସହିତ ୩୨ ଜିବି ଇନବିଲ୍ଟ ଷ୍ଟୋରେଜ ଦିଆଯାଇଛି । ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ସହ ୨୫୬ ଜିବି ବୃଦ୍ଧି କରାଯାଇପାରିବ । ଫୋନରେ ୬.୮୨ ଇଞ୍ଚ ଏଚଡି+ ଷ୍ଟୋରେଜ ଦିଆଯାଇଛି । ହ୍ୟାଣ୍ଡସେଟରେ ୧୩ ମେଗାପିକସେଲ ଏବଂ ଡେପ୍ଥ ସେନସର ଯୁକ୍ତ ରିୟର କ୍ୟାମେରା ସେଟଅପ ରହିଛି । ସ୍ମାର୍ଟଫୋନରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି । ଫୋନକୁ ପାୱାର ଦେବା ପାଇଁ ୬୦୦୦ ମେଗାୱାଟ ବ୍ୟାଟେରୀ ଦିଆଯାଇଛି ।  ଇନଫିନିକ୍ସର ଏହି ଫୋନରେ ମିଡିଆଟେକ ହିଲିୟୋ ଏ୨୫ ପ୍ରୋସେସର ଦିଆଯାଇଛି ।

Realme C15: ୯,୯୯୯ ଟଙ୍କା

ରିୟଲମୀ ସି ୧୫ରେ ୬୦୦୦ ମେଗାୱାଟ ବ୍ୟଟେରୀ ସହ କ୍ୱାଲକମ ସ୍ନାପଡ୍ରାଗନ ଦିଆଯାଉଛି । ୩ ଜିବି ରାମ ସହ ୩୨ ଜିବି ଇନବିଲ୍ଟ ଷ୍ଟୋରେଜ ମଧ୍ୟ ରହିଛି । ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ସହ ୨୫୬ ଜିବି ଯାଏଁ ବୃଦ୍ଧି ମଧ୍ୟ କରାଯାଇପାରିବ । ହ୍ୟାଣ୍ଡସେଟରେ ୧୩ ମେଗାପିକସେଲ, ୮ ମେଗାପିକସେଲର ଦୁଇଟି ସେନସର ଦିଆଯାଇଛି । ଫୋନରେ ୮ ମେଗାପିକସେଲ ଫ୍ରଣ୍ଟ କ୍ୟାମେକରା ଦିଆଯାଇଛି ।

Realme C12: ୮,୪୯୯ ଟଙ୍କା

ରିୟଲମୀ ସି ୧୨ରେ ୬.୫୨ ଇଞ୍ଚର ଏସଡି+ ଡିସପ୍ଲେ ଦିଆଯାଇଛି । ୩ ଜିବି ରାମ ଏବଂ ୩୨ ଜିବି ଇନବିଲ୍ଟ ଷ୍ଚୋରେଜ ରହିଛି । ହ୍ୟାଣ୍ଡସେଟ ପାୱାର ପାଇଁ ୬୦୦୦ ମେଗାୱାଟ ବ୍ୟାଟେରୀ ଦିଆଯାଇଛି । ଫୋନରେ ମିଡିଆଟେକ ହିଲିୟୋ G35 ପ୍ରୋସେସର ଦିଆଯାଇଛି । ହ୍ୟାଣ୍ଡସେଟରେ ୧୩ ମେଗାପିକସେଲ ପ୍ରାଇମେରୀ ଏବଂ ୨ ମେଗାପିକସେଲର ୨ଟି ସେନସର ଯୁକ୍ତ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ସେଲ୍ଫି ପାଇଁ ୫ ମେଗାପିକସେଲ ଫ୍ରେଣ୍ଟ ସେନସର ରହିଛି ।

Leave a Reply