ଅଲୋଡ଼ା କନ୍ୟାରତ୍ନ ! ଜନ୍ମ କରି ଅଳିଆ ଗଦାକୁ ଫିଙ୍ଗିଲେ ବାପା ମା’

1 min read

ପୁଣି ଅଳିଆ ଗଦାରୁ ମିଳିଲା ନବଜାତ ଶିଶୁକନ୍ୟା ।  କଟକ ସୁତାହାଟ ସ୍ଥିତ ଅଳିଆ ଗଦାରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଉଦ୍ଧାର ଶିଶୁକନ୍ୟାଟି ଜୀବିତ ଥିବା ଜଣାପଡିଛି ।

ଏକ ଛୋଟ ପିଲାର କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକ ଖୋଜି ଖୋଜି ସେଠାରେ ପହଂଚି ତାକୁ ଉଦ୍ଧାର କରିଥିଲେ । ପରେ ଶିଶୁକନ୍ୟାଟିକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ତେବେ ଶିଶୁକନ୍ୟାଟି ସମୟ ପୂର୍ବରୁ ଜନ୍ମ ହୋଇଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି । ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ତାକୁ ଚିକିତ୍ସା କରାଯାଉଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ନବଜାତ ଝିଅଟିର ବାପ ମା’ କିଏ କିଛି ଜଣାପଡ଼ି ନାହିଁ । ଝିଅ ଜନ୍ମ ହେବା ପରେ ବାପା ମା’ ତାକୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ')}

Leave a Reply