ଦ୍ରୁତଗତି ପାଲଟିଲା ବିପତ୍ତି, ଆଖି ବୁଜିଲେ ୨

1 min read

ସୋର: ସିମୁଳିଆ ଥାନା ମାର୍କୋଣା ରାସ୍ତାରେ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ । ଉଭୟ ବେଡଡ଼ା ଲକ୍ଷ୍ମୀପୁରରୁ ଯାତ୍ରା ଦେଖି ଭୋରରୁ ମାର୍କୋଣା ଫେରୁଥିଲେ । ବାଇକ୍ ସ୍ପିଡ ଥିବାରୁ ହମ୍ପସରେ ଚକା ଖସି ଯାଇଥିଲା । ଫଳରେ ଜଣେ ବାଇକରୁ ଛିଟକି ପଡ଼ି ପୋଖରୀରେ ପଡ଼ିଥିବା ବେଳେ ଅନ୍ୟ ଜଣେ ରାସ୍ତା ଉପରେ ପଡ଼ିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ')}

Leave a Reply