ବିଜେପି ପାଇଁ ଲାଭ ଆଣିଲେ ଓୱେସି; ସୀମାଞ୍ଚଳ ବିହାରରେ ଭଲ ପ୍ରଦର୍ଶନ କରୁଛି ବିଜେପି…

ପାଟଣା: ବିହାରର ସିମାଞ୍ଚଳରେ ମହାଗଠବନ୍ଧନ ପ୍ରାର୍ଥୀମାନେ ବହୁତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଥିଲା । ହେଲେ ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଭୋଟ ସଂଖ୍ୟା ସେଭଳି କିଛି ଦର୍ଶାଉ ନାହିଁ । ମୁସଲିମ୍, ଯାଦବ, ବ୍ରାହ୍ଣଣଙ୍କ ଜନସଂଖ୍ୟା ଏହି ଅଞ୍ଚଳରେ ଅଧିକ । ତେଣୁ ତଥାକଥିତ ଉଚ୍ଚ ଜାତି ଭୋଟ୍ ବିଜେପିକୁ ଓ ମୁସଲିମ ଓ ଯାଦବ ଭୋଟ୍ ମହାମେଣ୍ଟ ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଥିଲା ।

ଦେଖାଯାଉଛି ଯେ ତଥାକଥିତ ଉଚ୍ଚ ଜାତି ଭୋଟ୍ ବିଜେପି ସପକ୍ଷରେ ଯାଇଥିବା ବେଳେ ମୁସଲିମ୍ ଓ ଯାଦବ ଭୋଟ୍ ଜେଡିୟୁ ଓ ମହାଗଠବନ୍ଧନ ଭିତରେ ବାଣ୍ଡି ହୋଇଯାଇଛି । ୨୦୧୫ରେ ମହାମେଣ୍ଡକୁ ମିଳିଥିବା ସଫଳତାର ପୁନରାବୃତ୍ତିର ଆଶା କ୍ଷୀଣ । ଏହାର ଏକ ପ୍ରମୁଖ କାରଣ ହେଉଛି ଅସଦୁଦ୍ଦିନ ଓୱେସି । ସୀମାଞ୍ଚଳରେ କିଛି ଏଭଳି ନିର୍ବାଚନୀ କ୍ଷେତ୍ର ରହିଛି, ଯେଉଁଠାରେ ମୁସଲିମ ଭୋଟ ପ୍ରତିଶତ ୬୦ରୁ ୭୦ ।

ସେଠାରେ ଓୱେସିଙ୍କ ସପକ୍ଷରେ ପଡ଼ିଥିବା ଭୋଟ୍ ମହାଗଠବନ୍ଧନ ପାଇଁ କାଳ ହୋଇଛି । ମୁସଲିମ ଭୋଟ୍ ଦୁଇ ଫାଳ ହୋଇ ଓୱେସି ଓ ମହାଗଠବନ୍ଧନ ସପକ୍ଷରେ ଯିବା ପରେ ସ୍ୱତପ୍ରୋତ ଭାବେ ଏହାର ଲାଭ ବିଜେପିକୁ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଓୱେସି କ୍ରମାଗତ ଭାବେ ମୁସଲିମମାନଙ୍କ ସ୍ୱାର୍ଥ ପାଇଁ ଲଢୁଥିବା ନେତା । ତେଣୁ ତାଙ୍କୁ ବିହାର ସୀମାଞ୍ଚଳର ମୁସଲମାନ ଲୋକେ ବହୁଳ ସଂଖ୍ୟାରେ ଭୋଟ୍ ଦେଇଥିବା ଅନୁମାନ କରାଯାଉଛି ।

Leave a Reply