ଦୁର୍ଗମ ଅଞ୍ଚଳର ଦେବଦୂତ: ଭରା ନଦୀ ପାର ହୋଇ ଯୋଗାଉଛନ୍ତି ସେବା

ଚିତ୍ରକୋଣ୍ଡା: କର୍ତ୍ତବ୍ୟ ଆଗରେ ହାର ମାନିଛି ସବୁକିଛି । ଭରା ନଦୀ ପାର ହୋଇ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସେବା ଯୋଗାଉଛନ୍ତି ଦୁଇ ଅଙ୍ଗନଓ୍ୱାଡି କର୍ମୀ । ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । କର୍ତ୍ତବ୍ୟ ପାଇଁ ବାଜିରେ ଲାଗିଛି ଜୀବନ । ଭରା ନଦୀ ପାର ହୋଇ ଯୋଗାଉଛନ୍ତି ସେବା । କରୋନା କାଳରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି଼ କର୍ମୀ । ନା ଅଛି ପାହାଡିଆ, ପଥୁରିଆ ରାସ୍ତାକୁ ଖାତିର୍ । ନା ଅଛି ଭରା ନଦୀକୁ ଭୟ । କର୍ତ୍ତବ୍ୟ ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଦୁଇ ଅଙ୍ଗନବାଡି଼ କର୍ମୀ ହେମଳତା ଶୀଶା ଓ ପ୍ରମିଳା ପେନେଲ । ଆଉ ବର୍ଷା ଦିନେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ ର ରାଳେଗାଡ଼ା ବିଚ୍ଛିନ୍ନା ଅଞ୍ଚଳରେ ଯୋଗାଉଛନ୍ତି ସେବା । ଆଦିବାସୀ ଅଞ୍ଚଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୁତ ।

ବର୍ଷା ଦିନ ଆସିଲେ ରାଳେଗାଡ଼ା ପଞ୍ଚାୟତବାସୀଙ୍କ ଦୁଃଖ ବଢିଯାଏ । ନାଳ ବଢିବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ପଂଚୟତର ଅନେକ ଗାଁ । ଆଉ ଏଭଳି ପରିସ୍ଥିତିରେ ସୁଆପାଲି, ନେରୁଡ଼ି ପାଳିର ଦୁଇ ଅଙ୍ଗନବାଡି କର୍ମୀ ପ୍ରଖର ସ୍ରୋତରେ ନିଜ ଜୀବନକୁ ବାଜି ଲଗାଇ ଲାଉ ତୁମ୍ଭା ମାଧ୍ୟମରେ ନାଳ ପାର ହୋଇ ଅଙ୍ଗନବାଡି ସେଣ୍ଟରରେ ପହଞ୍ଚି ଥାଆନ୍ତି । ଆଉ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ନିଜ କର୍ତ୍ତବ୍ୟ ପାଇଁ ବିପଦସଙ୍କୁଳ ଯାତ୍ରା କରି ସେବା ଯୋଗାଇଥନ୍ତି । ପ୍ରତିବର୍ଷ ବର୍ଷା ଦିନେ ଏପରି କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ଯାତ୍ରା କରି ନିଜର ଦାୟିତ୍ୱ ତୁଲାଇ ଥାଆନ୍ତି ଏହି ଦୁଇ କର୍ମବିର ଅଙ୍ଗନବାଡି କର୍ମୀ । ଆଉ ତାଙ୍କର ଏଭଳି ଅଦମ୍ୟ ସାହସ ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ହୋଇଛନ୍ତି ପ୍ରଶଂସାର ପାତ୍ର ।

Leave a Reply