ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍‌ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ

1 min read

ମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ପଠାଇଛନ୍ତି ।

ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।   ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।

 

Leave a Reply