ଯୋଗୀଙ୍କୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉତ୍ତରପ୍ରଦେଶ କରୋନା ରଣନୀତିକୁ ପାକ୍‌ ମିଡିଆରେ ପ୍ରଶଂସା

1 min read

ଲକ୍ଷ୍ନୌ: ପାକିସ୍ତାନର ଇଂରାଜୀ ଖବରକାଗଜ ‘ଡନ୍’ର ସମ୍ପାଦକ ଫାହଦ ହୁସେନ୍ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ ଯୋଗୀ ଏବଂ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ଟ୍ୱିଟରରେ ତୁଳନା କରିଛନ୍ତି ।  କରୋନା ଯୁଦ୍ଧରେ ଯୋଗୀଙ୍କ କାର୍ଯ୍ୟକୁ  ଇମ୍ରାନଙ୍କ କାର୍ଯ୍ୟ ସହ ତୁଳନା କରି କରୋନା ବିରୁଦ୍ଧରେ ଯୋଗୀଙ୍କ କାର୍ଯ୍ୟ ଇମ୍ରାନ ଖାନଙ୍କ କାର୍ଯ୍ୟଠାରୁ ବହୁ ଆଗରେ ବୋଲି କହିଛନ୍ତି ।

ୟୁପି କଠୋର ଭାବେ ଲକ୍‌ଡାଉନ୍ ଲାଗୁ କଲା, ଆମେ କରିପାରିଲୁ ନାହିଁ

ଫାହଦ ହୁସେନ୍ ଏକ ଗ୍ରାଫ୍ ଟ୍ୱିଟ୍ କରିଛନ୍ତି – ଏହି ଗ୍ରାଫକୁ ଭଲଭାବେ ଦେଖନ୍ତୁ। ପାକିସ୍ତନରେ ପ୍ରତି କିଲୋମିଟର ପିଛା ଜନସଂଖ୍ୟା ୟୁପିଠାରୁ ବହୁତ କମ୍‌ ଏବଂ ରୋଜଗାର ମଧ୍ୟ ବହୁ ଅଧିକ । ଏହା ସତ୍ୱେ ୟୁପି ତାଲା ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିଥିବାବେଳେ ଆମେ (ପାକିସ୍ତାନ) କରିପାରିଲୁ ନାହିଁ । ଯେଉଁଥିପାଇଁ ମୃତ୍ୟୁହାରର ପାର୍ଥକ୍ୟ ସ୍ପଷ୍ଟ ଭାବରେ ବାରିହାଇପଡୁଛି ।

ଫାହଦ ମଧ୍ୟ ମହାରାଷ୍ଟ୍ରର ତୁଳନା କରିଛନ୍ତି । ୟୁପିରେ ମୃତ୍ୟୁ ହାର ପାକିସ୍ତାନଠାରୁ କମ୍, ମହାରାଷ୍ଟ୍ରରେ ମୃତ୍ୟୁହାର ଅଧିକ ଥିବାବେଳେ ଯୁବ ଜନସଂଖ୍ୟା ଏବଂ ମୁଣ୍ଡପିଛା ଆୟ ଅଧିକ ବୋଲି କୁହାଯାଇଛି । ଆମେ ଜାଣିବା ଉଚିତ ଯେ ଉତ୍ତରପ୍ରଦେଶ କେଉଁ ସଠିକ୍ ନିଷ୍ପତ୍ତି ନେଇଛି ଏବଂ ମହାରାଷ୍ଟ୍ର କେଉଁ ଭୁଲ୍ କରିଛି ? ପାକିସ୍ତାନର ଜନସଂଖ୍ୟା ୨୦.୮୦ କୋଟି ହୋଇଥିବାବେଳେ ୟୁପିର ଜନସଂଖ୍ୟା ୨୨.୫୦ କୋଟି । କିନ୍ତୁ ଏଠାରେ ମୃତ୍ୟୁ ହାର ପାକିସ୍ତାନ ତୁଳନାରେ ବହୁତ କମ୍ ଅଟେ ।

ୟୁପି ଏବଂ ପାକିସ୍ତାନର ଜନସଂଖ୍ୟା ପ୍ରାୟ ସମାନ, କିନ୍ତୁ କରୋନା ଗ୍ରାଫରେ ବହୁତ ପାର୍ଥକ୍ୟ ଅଛି । ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶର ଜନସଂଖ୍ୟା ୨୩.୧୫ କୋଟି ଏବଂ ଏଠାରେ କେବଳ ୦.୦୦୪୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁପିରେ ୧୦୫୩୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି, ପାକିସ୍ତାନରେ ଏହି ମହାମାରୀରେ ୯୮ ହଜାର ୯୪୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନରେ ୨୦୦୨ ମୃତ୍ୟୁ ଘଟିଛି, ଏପର୍ଯ୍ୟନ୍ତ ୟୁପିରେ ମୋଟ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply