ରାଜ୍ୟରେ ସୁସ୍ଥ ହେଲେ ୩୯୦ କରୋନା ରୋଗୀ, ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ ସୁସ୍ଥ

ଭୁବନେଶ୍ୱର: କରୋନା ସଂକ୍ରମଣ ସହ କରୋନା ସୁସ୍ଥତା ହାର ପାଦରେ ପାଦ ମିଶାଇ ଚାଲିଛି । ରାଜ୍ୟରେ ଦିନକୁ ଦିନ ସୁସ୍ଥତା ହାର  ବଢ଼ିବାରେ ଲାଗିଛି । ରବିବାର ପୁଣି ୩୯୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ସୁସ୍ଥତା ହାର ୮ ହଜାର ୭୫୦ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ମଧ୍ୟରେ ୨୦ଟି ଜିଲ୍ଲା ରହିଛି ।

 

ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କଟକରୁ ୭୧, ମୟୂରଭଞ୍ଜର ୩୮, ସୁନ୍ଦରଗଡ଼ରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁର ୨୪, ସମ୍ବଲପୁର ୨୨, ଖୋର୍ଦ୍ଧା ୧୫, ବାଲେଶ୍ୱର ୯, ବରଗଡ଼ରୁ ୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସହିଭଳି ଅନୁଗୁଳ, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଭଦ୍ରକ, ବୌଦ୍ଧ, କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟଗଡ଼ ଏବଂ ପୁରୀରେ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ତେବେ ରବିବାର ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୩୬୮ଟି ମାମଲା ସକ୍ରିୟ ରହିଛି ।

Leave a Reply