୨୦୦ଟି ଆଇପିଏଲ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ହୋଉଛନ୍ତି ଧୋନି

ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଆଇପିଏଲର ୧୩ ତମ ସିଜନ ଅତ୍ୟନ୍ତ ନିରାଶାଜନ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ପଡ଼ିଆକୁ ଫେରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡିଥିବା ଧୋନି ତାଙ୍କ ଏବଂ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ବହୁତ ଆଶା ରଖିଥିଲେ ଦର୍ଶକ । କିନ୍ତୁ ଦଳ ଏବଂ ଧୋନିଙ୍କ ନିଜ ପ୍ରଦର୍ଶନ ତାଙ୍କ ସମର୍ଥକଙ୍କୁ ନିରାଶ କରିଥିଲା । ସୋମବାର, ଯେତେବେଳେ ଚେନ୍ନାଇ ଦଳ ଲିଗ୍ ର ୩୭ ତମ ମ୍ୟାଚ୍ ରେ ଧୋନି ୨୦୦ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

କିନ୍ତୁ ଧୋନିଙ୍କ ଏହି ମ୍ୟାଚ ସମ୍ପୂର୍ଣ୍ଣ ଭାବେ ବିଫଳ ସାବ୍ୟସ୍ତ ହୋଇଛି । ଏବଂ ପୁଣି ହାରିଲା ଚେନ୍ନାଇ ସୁପର କିଙ୍ଗ୍ସ୍ । ଗତକାଲି ଆଇପିଏଲରେ ରାଜସ୍ଥାନ ରୟାଲ୍ସଠାରୁ  ୭ ୱିକେଟରେ ପରାଜିତ ହୋଇଛି ଧୋନୀ ବୀହିନୀ  । ମୋଟ ୧୦ଟି ମ୍ୟାଚ୍ ଖେଳି ସପ୍ତମ ପରାଜୟ ସହ ପଏଣ୍ଟ ଟେବୁଲର ଶେଷକୁ ଖସିଆସିଛି ଚେନ୍ନାଇ। ଏହା ସହ ଚେନ୍ନାଇର ପ୍ଲେ ଅଫ୍ ଆଶା ମଧ୍ୟ ମଉଳି ଯାଇଛି ।

ଗତକାଲି ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ରାଜସ୍ଥାନ ଆଗରେ ୧୨୬ରନର ଟାର୍ଗେଟ୍ ରଖିଥିଲା । ଜବାବରେ ୭ୱିକେଟ୍ ଓ ୧୫ଟି ବଲ୍ ବାକିଥାଇ ରାଜସ୍ଥାନ ମ୍ୟାଚକୁ ଜିତିନେଇଥିଲା  । ରାଜସ୍ଥାନ୍ ରୟାଲ୍ସ ମ୍ୟାଚ୍ ଜିତି ନିଜର ପ୍ଲେ ଅଫ୍ ଆଶାକୁ ଉଜ୍ଜିବିତ କରିଛି  । ସେପଟେ ଆଜି ଆଇପିଏଲରେ ଦିଲ୍ଲୀକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ  ।

Leave a Reply