ପ୍ଲେଅଫ୍ ପୂର୍ବରୁ ଆଜି ପ୍ରଥମ ନକଆଉଟ୍ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ରେ ସମସ୍ତ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେଉଛି । ସମସ୍ତ ଦଳ ୧୪ରୁ ୧୧ ଏବଂ ଅଧିକ ମ୍ୟାଚ ଖେଳି ସାରିଲେଣି ମାତ୍ର କୌଣସି ଦଳ ଏଯାବତ ପ୍ଲେଅଫରେ ସ୍ଥାନ ପକ୍କା କରିନାହାନ୍ତି । ପ୍ଲେଅଫ ରେସରେ ୯ ଟିମ ରହିଥିବାବେଳେ ଗୁରୁବାର ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ । ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ୪ଟି ଲେଖାଏଁ ବିଜୟୀ ହୋଇଛନ୍ତି । ଏମାନେ ପ୍ଲେଅଫ ରେସରେ ରହିଥିବାବେଳେ ଯେଉଁ ଦଳ ଆଜିର ମ୍ୟାଚ ହାରିବ ସେ ରେସରୁ ବାଦ୍ ପଡ଼ିବ । ପଞ୍ଜାବ ନିଜର ଶେଷ ମ୍ୟାଚ୍ ହାରିଥିବାବେଳେ ବାଙ୍ଗାଲୋର ଜିତିଛି । ସେପଟେ କେକେଆର ବିପକ୍ଷରେ ପଞ୍ଜାବ ୨୬୨ ରନର ଟାର୍ଗେଟକୁ ପୂରଣ କରି ଜିତିଛି । ଏଣୁ ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଛି ।

ପଞ୍ଜାବ ଏବଂ ବାଙ୍ଗାଲୋର ଏବେ ଦମଦାର ଫର୍ମରେ ରହିଥିବାବେଳେ ଆଜିର ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ । ବିରାଟ କୋହଲି ଅରେଞ୍ଜ କ୍ୟାପ ଲିଷ୍ଟର ଟପରେ ରହିଥିବାବେଳେ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବେଶ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରୁଛନ୍ତି । ସେପଟେ ବାଙ୍ଗାଲୋର ମଧ୍ୟ ଏବେ ଲଗାତାର ବିଜୟ ହାସଲ କରିଛି । ଯଦିଓ ପ୍ରଥମରୁ ବିଜୟ ପରେ ଲଗାତାର ପରାଜୟ ହୋଇଥିଲା । ତଥାପି ପରେ ବାଙ୍ଗାଲୋର ନିଜର ଶେଷ ତିନୋଟି ମ୍ୟାଚ ଜିତିଛି । ଏଣୁ ଉଭୟ ଦଳ ସମାନ ବିଜୟ ହାସଲ କରିଥିବାବେଳେ ଆଜିର ମ୍ୟାଚ ବେଶ ଗୁରୁତ୍ବବହନ କରୁଛି । କର ବା ମର ମ୍ୟାଚରେ ଯେଉଁ ଦଳ ଜିତିବ ପ୍ଲେଅଫ ଆଶା ଉଜ୍ଜିବିତ ରହିବ ।